ପ୍ରବନ୍ଧ

ପ୍ରକୃତିକୁ ପ୍ରଶ୍ନ

Ruksar Begum's Odia Prose Prakrutiku Prashna

କବିର ସୃଜନର ଉତ୍ସ ‘ଏକ ତରଫା ଅଭାଗା ପ୍ରେମ’ ଅଟେ

ପ୍ରକୃତିକୁ ପ୍ରଶ୍ନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମକୁ ଦେଖି ଯେତିକି ଆଶ୍ଚର୍ୟ୍ଯ ହୁଏ କବି… ତୁମେ ମଧ୍ୟ ତାକୁ ଦେଖି ଆଶ୍ଚର୍ଯ୍ୟ ହୁଅ କି??

ତୁମକୁ ଦେଖି ଯେମିତି ପୁଲକିତ ହୋଇ କଳ୍ପନା ଜଗତରେ ହଜି ଯାଏ କବି, ତୁମେ ମଧ୍ୟ ତାକୁ ଦେଖି କଳ୍ପନାରେ ହଜି ଯାଅ କି??

ତୁମ ବିଷୟରେ ଲେଖି ତା ସୃଜନ ସାର୍ଥକ ହୋଇ ଉଠେ, ଏପରି କବି ସହ ଭେଟ କରି ତୁମେ ମଧ୍ୟ ନିଜକୁ ଧନ୍ୟ ମନେ କର କି???

ତୁମକୁ ଦେଖି ଯେବେ କବିର କଲମ ମୁନ କାଗଜକୁ ସ୍ପର୍ଶ କରିବାକୁ ଲାଗେ ତୁମେ ସେତେବେଳେ ନିଜର ସବୁଠାରୁ ଉତ୍ତମ ସ୍ଥିତିରେ ଆସିବା ପ୍ରୟାସରେ ଲାଗିଯାଅ କି ?

ଯଦି ଏ ସମସ୍ତ ପ୍ରଶ୍ନର ଉତ୍ତର ‘ହଁ’ ଅଛି ତେବେ ଏଠାରେ କବିର ସମସ୍ତ ସୃଜନର ଉତ୍ସ ‘ଏକ ପୂର୍ଣ୍ଣ ଦିବ୍ୟ ପ୍ରେମ’ ଅଟେ ।

ଏବଂ ଯଦି ଉତ୍ତର ‘ନା’ ଅଛି ତେବେ କବିର ସୃଜନର ଉତ୍ସ ‘ଏକ ତରଫା ଅଭାଗା ପ୍ରେମ‘ ଅଟେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top