ଗଳ୍ପ

ଟାମୁ କେମିତି ଧନୀ ହେଲା

Shrimanta Kumar Panda's odia story Tamu Kemiti Dhanee Helaa

ଆମ ସମାଜରେ ଉପରକୁ ଯିବାକୁ ହେଲେ ଇଂରାଜୀ ସ୍କୁଲ ଯିବାକୁ ପଡିବ । ସମୂହ ହିତ ଅପେକ୍ଷ୍ୟା ନିଜ ହିତ କୁ ଆଗରେ ରଖିବାକୁ ପଡିବ । ଆଦର୍ଶରୁ ହଟିବାକୁ ପଡିବ । ଭାଷଣ ଓ କାମରେ ଟିକେ ପାର୍ଥକ୍ୟ ରଖିବାକୁ ପଡିବ । ନିଜକୁ ପରିସ୍ଥିତି ଓ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରିବାକୁ ପଡିବ।

ଟାମୁ କେମିତି ଧନୀ ହେଲା

ଗୋଟିଏ ଗାଁ ଟେ ରାମୁ ଆଉ ଟାମୁ ରହୁଥିଲେ । ଉଭୟ ରୋଜଗାର ପାଇଁ ଚିନ୍ତିତ ଥିଲେ । ବହୁ ଚିନ୍ତା କରି ସେମାନେ ଅଳ୍ପ ପଇସାରେ ଆରମ୍ଭ କରାଯାଇ ପାରୁଥିବା ପରିବା ବ୍ୟବସାୟ ଆରମ୍ଭ କଲେ । ପରିବା ମଣ୍ଡି/ ଗୋଦାମକୁ ଯାଇ ଅଳ୍ପ ପଇସାରେ ପରିବା କିଣି ସହରର ଦୁଇଟି ଅଲଗା ଛକରେ ଦୋକାନ ଆରମ୍ଭ କଲେ ।

ରାମୁ ୫୦ ଟଙ୍କାରେ କିଣିଥିବା ପରିବାକୁ ୬୦ ଟଙ୍କା ରେ ବିକ୍ରି କରିବାକୁ ଚେଷ୍ଟା କଲା, ସନ୍ଧ୍ୟା ବେଳକୁ ଅଳ୍ପ କିଛି ଛାଡିଦେଇ ସବୁ ପରିବା ବିକ୍ରି ହୋଇଗଲା । କିନ୍ତୁ କିଛି ପରିବା ରହିଯିବାରୁ ପରିଶ୍ରମ ଅନୁସାରେ ଲାଭ ହେଲା ନାହିଁ ।

ଟାମୁ ପରିବା କିଣିବା ପରେ ପରିବାକୁ ସତେଜ ରଖି ପାରୁଥିବା କିନ୍ତୁ ଦେହକୁ କ୍ଷତି କରୁଥିବା କିଛି ରାସାୟନିକ ରଙ୍ଗ କିଣି ପରିବା ଉପରେ ପକେଇଲା । କିଛି ପରିବାର ଡାଳ ପତ୍ର ଆଣି ପରିବା ପାଖରେ ଥୋଇଲା । ବିକ୍ରି କରିବା ପାଇଁ ପାଟି କଲା ଦେଶୀ, ଦେଶୀ , ଅର୍ଗାନିକ, ଅର୍ଗାନିକ । ପଚାଶ ଟଙ୍କାରେ କିଣିଥିବା ପରିବାକୁ ୮୦ ରୁ ୧୦୦ ଟଙ୍କା ରେ ବିକ୍ରି କଲା । ସବୁ ପରିବା ବିକ୍ରି ହୋଇଗଲା । ପଛରେ ଆସିଥବା ଲୋକଙ୍କୁ କହିଲା ଦେଶୀ ଓ ଅର୍ଗାନିକ ଜିନିଷ ମିଳୁନାହିଁ ଯାହା ମିଳୁଛି ବହୁତ ଡିମାଣ୍ଡ । ଆଜିକାଲି ଲୋକେ ଦେହ ପାଇଁ ଅର୍ଗାନିକ ଜିନିଷ ପସନ୍ଦ କରୁଛନ୍ତି । କିଛି ଦିନ ପରେ ଗୋଟେ ଲେଖା ଟଙ୍ଗାଇ ଦେଲା ‘ଏଠାରେ ଦେଶୀ ଓ ଅର୍ଗାନିକ ପଦ୍ଧତିରେ ଚାଷ ପରିବା ମିଳେ’ । ପରିବା କିଣିବାକୁ ଆସୁଥିବା ଲୋକଙ୍କ ଠାରୁ ଯାହା ଶୁଣିଲା ସେଥିରେ ଇଆଡୁ ସିଆଡ଼ୁ ମିଶାଇ ଅର୍ଗାନିକ ଚାଷର ଉପକାରିତା ଓ ଦେଶପ୍ରେମ ଉପରେ ଭାଷଣ ଦେଲା ।

କିଛି ଦିନ ପରେ ରାମୁ ଲାଭ ନ ହେବାରୁ ପରିବା ବ୍ୟବସାୟ ବନ୍ଦ କରିଦେଲା କିନ୍ତୁ ଟାମୁର ଅର୍ଗାନିକ ପରିବାର ଡିମାଣ୍ଡ ବଢି ଚାଲିଲା । ଏହିପରି ଭାବରେ ଟାମୁ ଧନୀ ହେଇଗଲା ।
କିଛି ଦିନ ପରେ ଦେଖାଗଲା ରାମୁ ପୁଅ ଦେଶୀ ସ୍କୁଲ ଯାଉଛି ଓ ଟାମୁ ପୁଅ ଇଂଲିଶ ସ୍କୁଲକୁ ଯାଉଛି । ଦିନେ ଉଭୟଙ୍କ ଦେଖା ହେଇଗଲା । ରାମୁ ଟାମୁ କୁ ପଚାରିଲା ତୁ ସବୁବେଳେ ଦେଶୀ ଓ ଦେଶ ଉପରେ ଭାଷଣ ଝାଡ଼ୁଛୁ, ପୁଣି କେମିତି ତୋ ପୁଅକୁ ଇଂରାଜୀ ସ୍କୁଲକୁ ପଠାଉଛୁ ।

ରାମୁ କହିଲା ତୁ ଅମିତାଭ ବଚ୍ଚନ ଅଭିନୀତ ଦୀୱାର ସିନେମା ଦେଖିଥିବୁ । ସେଥିରେ ଅମିତାଭ ବଚ୍ଚନ ଆମକୁ କଣ ବୁଝାଇ ଛନ୍ତି । ହାତରେ ଲେଖା ହେଇଥିବା ” ମେରା ବାପ ଚୋର ହୈ ” ଲେଖା କୁ ପ୍ଲାଷ୍ଟିକ ସର୍ଜରୀ କରି ଲିଭେଇ ଦେଲେ ଆତ୍ମା ଉପରେ ତାର ପ୍ରଭାବ କମ ହେବନି । ଇଂରେଜମାନେ ଗଲାପରେ ଆମେ ଇଂରାଜୀ ସହ ନିଜ ଭାଷା କୁ ସମାନ କରି ପାରି ନାଁହୁ। ଆମ ସମାଜରେ ଉପରକୁ ଯିବାକୁ ହେଲେ ଇଂରାଜୀ ସ୍କୁଲ ଯିବାକୁ ପଡିବ । ସମୂହ ହିତ ଅପେକ୍ଷ୍ୟା ନିଜ ହିତ କୁ ଆଗରେ ରଖିବାକୁ ପଡିବ । ଆଦର୍ଶରୁ ହଟିବାକୁ ପଡିବ । ଭାଷଣ ଓ କାମରେ ଟିକେ ପାର୍ଥକ୍ୟ ରଖିବାକୁ ପଡିବ । ନିଜକୁ ପରିସ୍ଥିତି ଓ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରିବାକୁ ପଡିବ। ଏବଂ ଏହିପରି ଟାମୁ ଧନୀ ଓ ଭଦ୍ରଲୋକ ହୋଇଗଲା

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top