କବିତା

ଅଭିନେତ୍ରୀ ଅଭିସାରିକା

Prasanta Kumar Behera's odia poem Abhinetree Abhisaarikaa

ତମ ଚାହାଣି ଓ
ଜବା ଓଠ ହସ
ମୋ ପାଇଁ ଯାତନା ଖାଲି

ଅଭିନେତ୍ରୀ ତମେ
ମୋ ମନ ରଙ୍ଗ ମଞ୍ଚେ
ମୋ ପାଇଁ ମହଲ ରଚିଛ

ସୁବର୍ଣ୍ଣ ପଲଙ୍କେ
ମଖମଲ ଶେଯେ
ମଲ୍ଲୀ ଫୁଲ ସଜାଇଛ ।

ଅଭିସାରିକାଗୋ
ଅଭିଳାଷ ତମ
ବୁଝି ପାରେ ନାହିଁ ଜମା

ପାଶେ ତମ ଗଲେ
ଘୁଞ୍ଚି ଘୁଞ୍ଚି ଯାଅ
ଅଭିମାନିନୀ ମୋ ବାମା ।

ତମ ଚାହାଣି ଓ
ଜବା ଓଠ ହସ
ମୋ ପାଇଁ ଯାତନା ଖାଲି

ଏକି ଅଭିନୟ
କରୁଛ ମୋ ସଖୀ
ଭାବି ଭାବି ସିନା ମଲି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top