ଗୋଧୂଳି ସମୟ ଗଲାଣି ଗଡ଼ି
ବେଗେ ଅନ୍ଧାର ଆସଇ ମାଡ଼ି
ସକାଳ ସୂରୁଜ ପ୍ରଦୀପ ଧରି
ଆସ ଗୋ ତୁମେ କୃଷ୍ଣ
ମଣିଷ ଜୀବନ ଲାଗି ଦୁର୍ବିସହ , ପ୍ରେମ ବଦଳେ ଏଠି ଖାଲି ମୋହ
ଜୀବନେ ପ୍ରେମର ବାସ ଖେଳାଇ
ଆସ ଗୋ ତୁମେ କୃଷ୍ଣ ।
ଆହା କି ମଧୁର ସେ ଗୋପର ଛବି
ଉଲ୍ଲସିତ ହୁଏ ମାନେ ମାନେ ମୁଁ ଭାବି
ପୁଣିଥରେ ଗପକୁ ସାଥିରେ ନେଇ
ଆସ ଗୋ ତୁମେ କୃଷ୍ଣ ।
କଳିଯୁଗର ଏ ମଣିଷମାନେ
କିଏ ବା କାହାର ମନକୁ ଚିହ୍ନେ
ବସୁଧାର ପୁଣି ଉଦ୍ଧାର ପାଇଁ
ଆସ ଗୋ ତୁମେ କୃଷ୍ଣ ।
ଗୋଟିଏ କଂସର ସେଦିନ କରିଥିଲ ଦମନ
ଆଜି ଏ ପୃଥିବୀ ଲାଗେ ମଥୁରା ସମାନ
ପୁଣିଥରେ କଂସର ଦମନ ପାଇଁ
ଆସ ଗୋ ତୁମେ କୃଷ୍ଣ ।
ମଥୁରାକୁ ଯାଇ ଫେରିଲ ନାହିଁ
ଗୋପପୁରବାସୀ ରହିଲେ ନାହିଁ
ଫେରିଆସ ଗୋ ତୁମେ କୃଷ୍ଣ ।