ଘମାଘୋଟ ଅନ୍ଧାରର
କାଳିମାକୁ ଭେଦି
କିଏ ସେ ଆସଇ ସତେ,
ଅକୁହା ଦରଦି ?
ମନର ଭାବକୁ ସବୁ,
ଏକାଠି ସାଇତି
ହୃଦୟ ରେ ଭରିଦିଏ,
ଅଜଣା କରତି ।
ସୁପ୍ତକୁ ଜାଗ୍ରତ କରେ,
ଅଶେଷ କାହାଣୀ
ଭରିଦିଏ ସ୍ତବକ ସେ,
ହେବାକୁ ଅଗ୍ରଣୀ ।
ନାହିଁ ତା’ର ଭେଦ-ଭାବ,
ନାହିଁତ ଅନ୍ତର
ତା’ ପରାଶ ପାଇ ଧନ୍ୟ,
ନାହିଁ ପଟାନ୍ତର ।
ବ୍ୟାକୁଳ ମନରେ ସିଏ,
ଭରେ ତ ଚମକ
ପଛ ଘୁଞ୍ଚା ଦିଏ ନାହିଁ,
ନ ରହି ଅଟକ ।
“ଆମେଓଡ଼ିଆ” ନାମରେ ସେ,
ହେବ ପରିଚିତ
ଜିଣିବ ସଭିଙ୍କ ମନ,
ହୋଇ ଉଦ୍ଭାସିତ ।
ସଭିଁଏ ପାଇବେ ଭଲ,
ଏଇ ତ ପ୍ରୟାସ
କିଣିନେବ ମନ ସିଏ
ଲେଖା ତା’ ସରସ ।
ଅରୋଶିଖା ପରି ସିଏ,
ହେଉ ପ୍ରଜ୍ୱଳନ
ସଭିଁଙ୍କ ହୃଦୟ ଜିଣୁ,
ଜଳି ଲେଲିହାନ ।
