ଏକା ଏକା ଯଦି ଚାଲିବାର ଥିଲା
କାହିଁକି ଦେଲ ସାଥି
ଏକା ଏକା ଯଦି ସହିବାର ଥିଲା
କାହିଁକି ଦେଉନ ଶକତି ???
ଭାଗ୍ୟକୁ ଯଦି ଦୋଷ ଦେବି ନାହିଁ
ତେବେ ଦଉଛି ଦୋଷ ନିଜକୁ,
ହେଲେ ପ୍ରତାରଣାର ପ୍ରତିଯୋଗିତାରେ
ଦଣ୍ଡିତ କରିବି କାହାକୁ ???
ସମ୍ପର୍କର ଜଞ୍ଜାଳରେ ଜର୍ଜରିତ ମୋ ମନ
ହୃଦୟର ବେଦନାକୁ ସାଇତି ରଖୁଛି….ଘଡ଼ିକି ଘଡ଼ିକି ଦିନକୁ ଦିନ
ନେଇଯାଅ, ନେଇଯିବ ତମେ ଯେତେ ପରୀକ୍ଷା
ଭିଜା ମାଟିର ଏଇ ଆଖିବୁଜା ବୀଜକୁ,
ତୁମ ସମୀକ୍ଷାର ଅପେକ୍ଷା…………..