କବିତା

ଅସହାୟ ପ୍ରେମ

Rajat Kumar Jena's odia poem Asahaaya Prema

ତୃସ୍ନା ନହିଁ ତାର କୋମଳ ସ୍ପର୍ଶର,
ଅବା ଅଭିପ୍ସା ତା ପାଈଁ ପ୍ରତିଶୋଧର।

ଅସହାୟ ପ୍ରେମ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଶତୃ କାତର ନୁହେଁ ମୁଁ ଯେ ତିଳେ,
ଆପଣା ବିରହ ନିତି ମୋତେ ଯାଳେ ।

ପ୍ରେମ ଠାରୁ ତୀକ୍ଷ୍ଣ ନୁହେଁ ଖଣ୍ଡା ଧାର,
ଟଳି ପଡେ କ୍ଷଣେ ନ ବାହି ରୁଧିର ।

ପ୍ରତି କ୍ଷଣ କରେ ହୃଦୟ ବିଳାପ,
ସତେ ପ୍ରେମ ନୁହେଁ ସେଯେ ଅଭିଶାପ ।

ମୂର୍ମୁଶୁ ପ୍ରାୟ ଶରୀର କବଳେ,
ପ୍ରତି କ୍ଷଣ ମୁଁ ଯେ ଜଳି ବାକୁ ଜଳେ ।

ତୃସ୍ନା ନହିଁ ତାର କୋମଳ ସ୍ପର୍ଶର,
ଅବା ଅଭିପ୍ସା ତା ପାଈଁ ପ୍ରତିଶୋଧର ।

କ୍ଳେସ ଜେ ଏତିକି ମୋ ପ୍ରେମ ପରିଧି,
କରି ଥିଲା ସତେ ତାକୁ ପଣବନ୍ଦୀ ।

ଧିକ୍କାର ତାର ଆଜି ବି ପ୍ରଭାବୀ,
ପ୍ରଜ୍ୱଳିତ କରେ ଆତ୍ମାହୁତି ଛବି ।

କେବେ ଯଦି ଅବା ମୃତ ମୋତେ ପାଅ,
ଏ କଥା କେବେହେଁ ନ ପାସୋରି ଯାଅ ।

ଶତୃ କାତର ନୁହେଁ ମୁଁଯେ ତିଳେ,
ଆପଣା ବିରହେ ନିତି ମୁଁ ଯେ ଜଳେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top