ଶତୃ କାତର ନୁହେଁ ମୁଁ ଯେ ତିଳେ,
ଆପଣା ବିରହ ନିତି ମୋତେ ଯାଳେ ।
ପ୍ରେମ ଠାରୁ ତୀକ୍ଷ୍ଣ ନୁହେଁ ଖଣ୍ଡା ଧାର,
ଟଳି ପଡେ କ୍ଷଣେ ନ ବାହି ରୁଧିର ।
ପ୍ରତି କ୍ଷଣ କରେ ହୃଦୟ ବିଳାପ,
ସତେ ପ୍ରେମ ନୁହେଁ ସେଯେ ଅଭିଶାପ ।
ମୂର୍ମୁଶୁ ପ୍ରାୟ ଶରୀର କବଳେ,
ପ୍ରତି କ୍ଷଣ ମୁଁ ଯେ ଜଳି ବାକୁ ଜଳେ ।
ତୃସ୍ନା ନହିଁ ତାର କୋମଳ ସ୍ପର୍ଶର,
ଅବା ଅଭିପ୍ସା ତା ପାଈଁ ପ୍ରତିଶୋଧର ।
କ୍ଳେସ ଜେ ଏତିକି ମୋ ପ୍ରେମ ପରିଧି,
କରି ଥିଲା ସତେ ତାକୁ ପଣବନ୍ଦୀ ।
ଧିକ୍କାର ତାର ଆଜି ବି ପ୍ରଭାବୀ,
ପ୍ରଜ୍ୱଳିତ କରେ ଆତ୍ମାହୁତି ଛବି ।
କେବେ ଯଦି ଅବା ମୃତ ମୋତେ ପାଅ,
ଏ କଥା କେବେହେଁ ନ ପାସୋରି ଯାଅ ।
ଶତୃ କାତର ନୁହେଁ ମୁଁଯେ ତିଳେ,
ଆପଣା ବିରହେ ନିତି ମୁଁ ଯେ ଜଳେ ।
