ପ୍ରଜ୍ଜ୍ୱୋଳିତ ଦୀପଶିଖାରେ
ଅସ୍ତିତ୍ୱ ଏକ ପାଗଳ ପତଙ୍ଗର
ଯୌବନର ଫଗୁଣରେ
ଚୁନା ଚୁନା ମିଠା ରାଗ ବର୍ଷାର. . . (୧)
ସୁନେଲୀ କିରଣ ରଶ୍ମିରେଖା ସୁରୁଜର
ତଥାପି ମଉଳି ନାହିଁ ଫୁଲ ପରଶର. . . (୨)
ଦୂର ଗଗନର ସୀମା ପରିସୀମା ପରିବ୍ୟାପ୍ତ ପୁଣି
ଦିଗନ୍ତ ବିସ୍ତାର,
କ୍ଷଣେ ପ୍ରତିକ୍ଷଣେ ଆନ୍ଦୋଳିତ କରେ ହୃଦୟକୁ ମୋର. . . (୩)
କ’ଣ ଠିକ୍ କ’ଣ ଭୁଲ୍, ଆଉ କିଏ ନିଜ ଅବା ପର. . . (୪)
ଜାଣେନା କେଉଁଠି ଶେଷ ଏଇ କାହାଣୀର. . . (୫)
ଭିନ୍ନ ଏକ କାହାଣୀ ନିଆରା ଏକ ଅନୁଭୂତି,
ଭାବନାରେ ଭାସିବୁଲେ କେତେ ସତ ମିଛ ପ୍ରତିଶ୍ରୁତି . . . (୬)
ତତଲା ନଈବାଲିରେ ଶିଳ୍ପୀର ମନଭୁଲା ଚିତ୍ର ଆଉ ମୂର୍ତ୍ତି,
ଅଜାଡ଼ି ଦିଏ ଆଞ୍ଜୁଳାଏ ସାଇତା ସ୍ମୃତି ଆଉ ପ୍ରୀତି… (୭)
ତଥାପି ମନରେ ପ୍ରଶ୍ନ କାହିଁକି କିପରି,
ସବୁ ବୁଝି ଅବୁଝା ସେ କାହିଁକି ଏପରି ! ! ! . . . (୮)
ସତରେ ଅସ୍ତିତ୍ୱ ତୁମେ ଏପରି ଜଟିଳ,
ରହିଚ ରହିବ ରହିଥିବ କାଳକାଳ. . . (୯)
