କବିତା

ଗାଁ ତୁମେ ମନେପଡ଼

Smitasubhadarshani Mohanty's odia poem Gaan Tume Manepada

ସମୟ ସୁଅରେ ହଜିଯାଏ ପିଲାବେଳ
ବାଲିଘର ତୋଳା ପୁଣି ଲୁଚକାଳି ଖେଳ. . .

ଗାଁ ତୁମେ ମନେପଡ଼

ମନେପଡ଼େ ମୋ ଗାଁ ନଈପଠା, ଆମ୍ୱତୋଟା
ଜେଜେମାଙ୍କର କେତେ ଢଗ

ଆଉ ମଜାଥଟ୍ଟା,
ଆଈ ହାତ ରନ୍ଧା ଚକୁଳି ଆରିଷା ପିଠା. . . (୧)

ସମୟ ସୁଅରେ ହଜିଯାଏ ପିଲାବେଳ
ବାଲିଘର ତୋଳା ପୁଣି ଲୁଚକାଳି ଖେଳ. . . (୨)

ଗାଁ ମେଳା ଦଶହରା ପୁଣି ଦୀପାବଳି
ଯାନିଯାତ୍ରା ମହୋତ୍ସବ ଆଉ ରଜଦୋଳି. . . (୩)

ସବୁଜିମା ହରା ଭରା ପାନ ଧାନ କ୍ଷେତ
ବୈଶାଖର ଝାଞ୍ଜି ଖରା ପାହାନ୍ତିଆ ଶୀତ. . . (୪)

ଭସା ବାଦଲରେ ସପନର ପରିଭାଷା
ଦୂର ତାଳବଣେ ବାଇଚଢେ଼ଇର ବସା. . . (୫)

ବାଲିଘର ତୋଳା ଆଉ ପୁଣି ଲୁଚକାଳି
ଗାଁ ବଧୂମାନଙ୍କର ଶଙ୍ଖ ହୁଳହୁଳି. . . (୬)

ଥୁଣ୍ଟା ବରଗଛ ଆଉ ଗାଁ ଠାକୁରାଣୀ
ଦାଦି ଆଈଙ୍କର କେତେ ଅଭୁଲା କାହାଣୀ… (୭)

ରନ୍ଧା ରାଇ ମଞ୍ଜା ପୁଣି କଦଳୀର ଭଜା
ଜନ୍ମଦିନ ବାହାଘର ପାର୍ବଣ ଓ ପୂଜା. . . (୮)

ସହରର ଚାକଚକ୍ୟ ଆଉ ଆଡ଼ମ୍ୱରେ
ଭୁଲିଯାଏ କାଳେ ଆମ ଗାଁକୁ ସତରେ. . . (୯)

ପାର୍କ କ୍ଲବ୍ ଅବା ସପିଂମଲ୍‌ରେ
ମନେପଡ଼ ଗାଁ ତୁମେ ଝାପ୍ସା ଅତୀତରେ. . . (୧୦)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top