ଅଧା ଅଧୁରା କାହାଣୀରେ କିଏ
କେମିତି ରଙ୍ଗ ଆଣିବ… କେମିତି କିଏ ହସିବ
ଦୁଃଖ ସାଗରରେ ଟୋପାଏ ଖୁସି
କେମିତି କିଏ ଖୋଜିବ… କେମିତି ମନେ ରହିବ
ତୁ ଅମୁଲ୍ୟ ଥିଲୁ ପ୍ରତିକ୍ଷଣ ଅନୁଭବ ଦେଲୁ
ଏମିତି ନିରବ ହୋଇ ତୁ… କାହିଁ ହଜିଗଲୁ…
ତୋ ପ୍ରେମରେ ଅଭିମାନୀ ହୋଇ ନିଜେ ନିଜ ଠାରୁ ରୂଷିଛି
ସବୁ ଖୁସି ମୋ ହରେଇ ଭିତରେ ଭିତରେ ମୁ ଭାଙ୍ଗି ଯାଇଛି
ଦୁନିଆଁ ଚାହେଁ ଏବେ ଛୁଇଁବାକୁ ମତେ
ସତେ ଯେମିତି ତା ପାଇଁ ମୁଁ
ଦୁନିଆଁ ଦେଖେ ରୂପ ମୋର
କେହି ନ ଜାଣେ ବେଚାରୀ ମୁଁ
ଚୋରା ବାଲି ପରି ଧୀରେ ଧୀରେ ଖସି … ହେଲି ତୋ ପ୍ରେମରେ ପାଗଳୀ
ମୋର ସବୁକିଛି ତୋର ହେଲେ ତୋପାଇଁ ଆଜି ମୁ ବଜାରୀ (ଚରିତ୍ର ହିନା)
ଚାତକ ପରି ମନ ଚାହିଁ ରହିଛି …ସବୁ ସମୟ ତୋ ଭାବନାରେ ବିତୁଛି
ଗୋଟେ କାହାଣୀ… ଯାହା ଅଧା ରହିଛି
ତୁ ମିଳିଲୁ ହେଲେ ମୋ ଜୀବନ ଆଜି ମୋତେ ଧୋକା ଦେଇଛି …….