ରାତ୍ରୀର ବିଜନ ପ୍ରହରେ
ଯେବେ ଝରିପଡ଼େ ମୋ ଆଖିରୁ
ବେଦନାର ଦୁଇ ବୁନ୍ଦା ଲୁହ
କେଉଁଠି ଥାଅ ପ୍ରଭୁ
ଲୁହ କୁ ଆତ୍ମୀୟତାର ପାପୁଲିରେ
କେମିତି ସାଉଁଟି ନିଅ
ତୁମକୁ ଦେଖିବା ପାଇଁ
ମନ ମୋର ଯେବେ ଝୁରେ
କାନରେ ସୁଭିଯାଏ କାହା ସ୍ୱର
ମୁଁ ପରା ଅଛି ତୋ ନିକଟରେ
ମଳୟ ର ଛୁଆଁ ପରି ତୁମ ପରସ
ସ୍ନିଗ୍ଧ ଶୀତଳ ର ଛାଇ
ସୁଦାମା ଖୁଦଭଜା ଗଣ୍ଠିଲିରେ ବାନ୍ଧି
ଚିର କାଳ ବନ୍ଧୁ ତୁମ ପାଇଁ
ନୂଆ ମେଘ ପରି ତୁମେ
ଝରିଯାଅ ବେଳ ଆଉ ଅବେଳ ରେ
ଭକ୍ତିର ଫୁଲ ଯେବେ ଫୁଟେ ମନରେ
ଆଦ୍ୟ ଆଶାଢ ର ପହିଲି ସଖାଳେ
ମୋର ଯେତେ ଦୁଃଖ, ସୁଖ, ପ୍ରାପ୍ତି
ଅପ୍ରାପ୍ତି, ଅବୁଝା, ଅଝଟ ପଣ
ସବୁ ତ ତୁମର ହେ ପ୍ରଭୁ
ତୁମରି ଅନାବିଳ ବନ୍ଧପଣ ପାଶେ
ଚିରରୁଣି ମୁଁ କୋଟି ଜନମର ।
