ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ପରର ଲାଗି ପାରବୁ ଯଦି
ବଏଠା ଗୁଟେ ଦେ ଜାଲି
ମିଟେଇ ଦେବା ରାତିର ଅମା
ଉକିଆ ବି ତୋର ଖୁଲି ।
ଆନର ଗୁଛି ଛେଦବୁ ବଲି
କୁଡବୁ ଯଦି ରେ ଗାତ
ନିଜେ ଢୁକବୁ ହେଜବୁ ବାବୁ
ହେଇ କେ ଉଦୁରମାତ ।
ଭଲର ଫଲ ସଭଁକେ ଭଲ
ମହକ ଫୁଲର ବାସ
ଧାନ ବୁନଲେ ଦାଏବୁ ଧାନ
ଘାସ ବୁନିଥିଲେ ଘାସ ।
