କବିତା

ଜୀବନର ଶେଷ ସୋପାନ

Basanti Das's odia poem Jeebanara Shesha Sopaana

ଦେହର ଦୋଳିରେ ଝୁଲୁଛି ଜୀବନ
କାଳଝଂଜା ବହେ ପଛରୁ
ଶେଷ ଅଭିନୟ ଚାଲିଛି ଏବେ ତ
ଜଳେ ବେଶି ଲିଭା ଆଗରୁ ।

ଜୀବନର ଶେଷ ସୋପାନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଚାରିଚଉତିଆ ଜୀବନଟା ମୋର
ଜନମ ବେଳରୁ ଜାଣିଛି
ଥାକଥାକ ଦୁଃଖ, ବ୍ୟଥା ବେଦନାର
ଯନ୍ତ୍ରଣାକୁ ମିଠା ମଣିଛି,
ରାତିର ଶେଫାଳୀ ଫୁଟିପୁଣି ମୁଁ
ସକାଳ ଖରାରେ ଝରିଛି
କେମିତି କହିବି ହୃଦୟର କଥା
କେତେ ସ୍ମୃତି ଏଠି ଭରିଛି ।

ନଦୀ ହୋଇକେବେ ଆକୁଳେ ଧାଇଁଚି
ପାଇ ସାଗରର ସଂଧାନ
ନିଦାରୁଣ ସେଇ ପାଷାଣ ଧକ୍କାରେ
ଭୋଗିଚି ମଉନ କଷଣ ,
ପକ୍ଷୀହୋଇ କେବେ ଉଡିବି ଭାବି ମୁଁ
ସ୍ୱପ୍ନର ସଉଧ ତୋଳିଛି
ଡେଣାକାଟି କିଏ ପଂଜୁରୀରେ ରଖି
ଖିନ୍ନିଭିନ୍ନି ମତେ କରିଛି ।

ଖୋଲା ଆକାଶର ନିର୍ମଳ ପବନ
ଛୁଇଁନାହିଁ କେବେ ମୋଦେହ
ସକାଳ ସୂର୍ଯ୍ୟର ସ୍ନିଗ୍ଧ ରଶ୍ମୀରେଣୁ
କରିନାହିଁ ମତେ ନିର୍ମୋହ ,
ରାତି ଦିନ ପରା ମୋପାଇଁ ସମାନ
ସୁଖ , ଦୁଃଖ ଦୁଇ ସମ୍ପତ୍ତି
କିଏ ଧରୁ ଅବା କିଏ ଦୂରେ ଯାଉ
ନାହିଁ ମୋର କିଛି ଆପତ୍ତି ।

ଦେହର ଦୋଳିରେ ଝୁଲୁଛି ଜୀବନ
କାଳଝଂଜା ବହେ ପଛରୁ
ଶେଷ ଅଭିନୟ ଚାଲିଛି ଏବେ ତ
ଜଳେ ବେଶି ଲିଭା ଆଗରୁ ।

2 Comments

2 Comments

  1. basanti das

    March 14, 2018 at 8:52 pm

    ଅନେକଅନେକ ଧନ୍ୟବାଦ ।

  2. ଦୀପକ ବରାଳ

    Deepak

    February 26, 2018 at 9:05 am

    Awesome poem have fear,doubts and worries they just don’t let these feelings stop them.

    Superppppppppppppp

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top