କବିତା

ବିଡମ୍ବନା

Dr Mousumi Parida's Odia poem Bidambana

ପାଞ୍ଚାଳୀର ପଞ୍ଚ ପତି
ଥାଇ ବି ସେ ଲାଞ୍ଛିତା
ଋକ୍ତରେ ବେଣୀ ବନ୍ଧନ କଣ
ପଞ୍ଚପୁତ୍ରଙ୍କ ଜୀବନ ବିନିମୟରେ !

ବିଡମ୍ବନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜୀବନଟା ଗୋଟେ ବିଡମ୍ବନାଠୁ କମ୍ ନୁହେଁ !

ତିନି ପାଦ ଭୂମି ଯାଚିଦେବାର
ଅପରାଧରେ ବଳି ହୁଏ ପାତାଳଗାମୀ!

ସୂଚିଗ୍ର୍ୟ ଭୂମି ପାଇଁ ସଂରଚନା ହୁଏ
ମହାଭାରତ ଯୁଦ୍ଧ!

ସେଥିପାଇଁ ମୁଣ୍ଡ କଟୁ,ରକ୍ତନଦୀ ବହୁ..
ଧର୍ମ କିନ୍ତୁ ସଂସ୍ଥାପନ ହେବ!

ପାଞ୍ଚାଳୀର ପଞ୍ଚ ପତି
ଥାଇ ବି ସେ ଲାଞ୍ଛିତା
ଋକ୍ତରେ ବେଣୀ ବନ୍ଧନ କଣ
ପଞ୍ଚପୁତ୍ରଙ୍କ ଜୀବନ ବିନିମୟରେ !

ଏସବୁର ସାକ୍ଷୀ ତୁମେ, ସଂରକ୍ଷକ
ଓ ସଂରଚକ ବି!

ଜୀବନ ସଂଘର୍ଷରେ ଜଳୁଛି ମୁଁ ଯଜ୍ଞବେଦୀରେ..
ଯାତନାର କାଷ୍ଠ ଆଉ ଲୋତକର ଘୃତରେ ।

ତେବେ ବି ଯାଚିଦିଅ ତୁମ ଅନ୍ଧ ବିଚାର
ପାରିଜାତର ମହୁଧାର ଅବା ଜଞ୍ଜାଳର ତୀକ୍ଷ୍ଣ ଶର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top