ଚିର ନମସ୍ୟ କୁମାର ଭାଇ !
ପରା କରିଦେଇ ତମେ ସିନା ଗଲ ଚାଲି
ଆସୁଥିଲ ଯେବେ ଏଇ ପାଠ ପ୍ରାନ୍ତେ
ଲାଗୁଅଛି ସତେ କାଲି ।।
ପୂଜ୍ୟ ପବିତ୍ର କୁମାର ଭାଇ !
ନୀଳ ଆକାଶରେ ତମେ ଧ୍ରୁବ ପ୍ରହଲ୍ଲାଦ
ଜ୍ଞାନୀ ଗୁଣି ସାଧୁ ସନ୍ଥଙ୍କ ମଧ୍ୟରେ
ତମ ଆତ୍ମା ଗଉରବ ।।
ନିଜେ ମଧ୍ୟେ ଦେଖୁଥିଲ ଏ ଜଗତ
ବାଳ କାଳୁ ଧରି ସତ୍ୟ ଶାନ୍ତି ବ୍ରତ
ସମାଜ କଲ୍ୟାଣେ ବାଣ୍ଟୁଥିଲ ତମେ
ଶୋଭନୀୟ ସଉରଭ ।।
ନିଜେ ଭଲ ହେଲେ ସର୍ବ ହେବେ ଭଲ
ତମରି ମହତ ବାଣୀ
ନୂତନ ବାସନା ସମ୍ଭାବନାର
ପୂଜକ ଆଣିଲା ଟାଣି ।।
ତମରି ଦର୍ଶନ ତମରି ମନ୍ତ୍ର
ଦେଖାଇଲା ଭଲ ପାଇବା ପଥ
ତମରି ତତ୍ତ୍ୱରେ ଆନନ୍ଦମୟ
ଜୀବନ ଥିବା ଜାଣି ।।
ଚିର ନମସ୍ୟ କୁମାର ଭାଇ !
ଅଶୋଭନୀୟ ବିଲୋପ ସାଧନେ
ତମେ ଥିଲ ଏକ ଜଣ
ତମରି ଦେହାନ୍ତେ ତମ ଆନ୍ଦୋଳନ
ହୋଇଗଲା ଏବେ ଗଣ ।।
ଆଗେଇବୁ ତମ ଇଚ୍ଛା ବିଶ୍ବାସ
ତମ ପଦଯାତ୍ରା ସ୍ମୃତି ଉତ୍ସବେ
କରୁଛି ସର୍ବେ ପଣ ।।