ସୂର୍ଯ୍ୟ ଜଳେ ହୁତୁହୁତୁ ନଭେ ଆଭା ନଳେ,
ବିଖରାଇ ରଶ୍ମି ତା’ର ଏ ଧରା ମଣ୍ଡଳେ ।
ମୁଁ ଯେ ରଶ୍ମି ଭେଦ ଭାବ ହୀନ,
ପଙ୍କିଳ ବା ସ୍ୱଚ୍ଛ ଜଳେ ନାହିଁ ମୋ ବାରଣ ।
ସ୍ୱଚ୍ଛତା ମୋ ଲକ୍ଷ ମୁହିଁ ଶୋଷେ ସ୍ୱଚ୍ଛ ଜଳ,
ମୋର ସ୍ପର୍ଶେ ଉଜ୍ଜିବିତ ଏ ଧରା ବର୍ଣ୍ଣିଳ ।
ମୁଁ ଆସିଲେ ଧରାପୃଷ୍ଠ ଆଲୋକିତ କରେ,
ମୋ ଭୟରେ ଲୁଚିଯାଏ ଅନ୍ଧାର ଦୂରରେ ।
ଯେବେ ମୁହିଁ ଭସା ମେଘେ ଖେଳଇ ଲୁଚିରେ,
ସାତରଙ୍ଗେ ଦେଖ ତୁମେ ମତେ ତ ଅଚୀରେ ।
ବିଚ୍ଛୁରିତ ରଶ୍ମି ମୁହିଁ ଲକ୍ଷ ମୋ ଅନନ୍ତ,
ସାଥି ହୋଇ ବାରେ ଥରେ ଚାଲ ତ ଅନ୍ତତଃ ।
