ତୁ ଅଧା ରାସ୍ତା ରେ ଭି ନୁହଁ
ଆରମ୍ଭ ରୁ ହିଁ ଛାଡି ଦେଲୁ
ଅଗ୍ନି କୁ ସାକ୍ଷୀ ରଖି, ଖାଇଥିବା ରାଣକୁ
ବୁଝିବା ଆଗରୁ ହିଁ ତୁ ଭୁଲି ଗଲୁ
ଏମିତି ତ ହେଉଥିବ !
ମନେ ପଡୁଥିବି ମୁଁ ବହୁ ବାର
କାନରେ ତୋର ବାଜି ଉଠୁଥିବ
କହିଥିବା ଶବ୍ଦ ଗୁଡିକ ମୋର
କେବେ କେବେ ଆସୁଥିବ ତୋ ଆଗକୁ
ଦେଇଥିବା ମୋ ଉପହାର ଗୁଡିକ
ଆଉ ଭାସି ଆସୁଥିବ ତା ସହ
ଯୋଡି ହେଇଥିବା ମୁହୂର୍ତ୍ତ ଗୁଡିକ
ଯେବେ ଭି ତୁ କରୁଥିବୁ ରୋଷେଇ, ମନେ ତୋ ପଡୁଥିବ
ତୋ ପଛପଟୁ ଆସି ନେଇ ନେବା ତୋତେ କୋଳେଇ
ଆଉ ତାହା ସହ, ତୋ ପଚାରିବାରେ
ତରକାରୀର ସ୍ଵାଦ କେବେ ଠିକ ରେ ମୁଁ କହିନପାରେ
ସତରେ ଜୀବନ ରେ ରାଗ କଣ ଆଉ କଣ ଲୁଣି?
କେବେ ଜାଣି ହିଁ ପାରିଲିନି
ଯଦି ଏ ପାର୍ଥକ୍ୟ ବୁଝି ପାରିଥାନ୍ତି
ଏତେ ହଇରାଣ ହୁଅନ୍ତିନି
ମୁଁ ଦେଇଥିବା ଚିଠି ଗୁଡିକ, ଥିବ ତ ନିହାତି
ଭୁଲରେ ଭି ହଉନା କାହିଁକି, ହାତରେ ତ ପଡୁଥିବ
ରଖି ନ ଦେଇ ଥରେ ପଢ଼ିକି ଦେଖିବୁ
ଏହି ଜୋ ଜିଅନ୍ତା ସବ ହୋଇ ବଞ୍ଚି ରହିଛୁ
ସତରେ ଜୀବନ କଣ ତୁ ବୁଝି ପାରିବୁ
ଦେଖି ତ ପାରୁଥିବୁ
ଆମ ଝିଅ ର ଆଖିରେ ବାପର ଅଭାବ
ନିଜେ ଚାଲିଗଲୁ ନିଜ ବାପ ଘରକୁ
କରିଦେଇ ଆମ ବାପ ଝିଅ କୁ ପରସ୍ପର ପ୍ରତି ଅନାଥ
ନିଜ ଘରେ କାମ କରିବା
ଲାଗୁଥିଲା ତୋତେ ଖରାପ
ଏବେ କିଛି ଟା ଟଙ୍କା ପାଇଁ
ଅନ୍ୟ ଘରେ ପଡି ରହିଲୁ, ନିହାତି ଏହା ହିଁ ତୋର ପ୍ରାପ୍ୟ
ବିଭିର୍ଣ୍ଣ ଦାର୍ଶନିକ ଆଉ ଗୁରୁ ଙ୍କ ବାର୍ତ୍ତା ଶୁଣି
କିଛି କ୍ଷଣ ପାଇଁ କରିପାରୁ ନିଜ ମନକୁ ହାଲୁକା
ମାତ୍ର, ଘରକୁ ଫେରିବା ରାସ୍ତା ରେ, ଯେବେ ଦେଖୁଥିବୁ ସମ୍ପୂର୍ଣ୍ଣ ପରିବାର
ଭିତରୁ ଖାଇ ଯାଉଥିବା ତୋର ସେ ଅହଂକାର
ଆଉ ବାଷ୍ପୀଭୂତ ହେଇ ଯାଉଥିବ, ଶୁଣିଥିବା ପ୍ରବଚନ ଗୁରୁ ମାନଙ୍କର
ମୋର ସେହି ପ୍ରେମ ଭରା ସ୍ପର୍ଶ
ରାତି ଅଧରେ ,ଖୋଜୁଥିବ ତୋ ଦେହ !
ନ ପାଇ ପାରି ତାହା , ହୋଇ ଯାଉଥିବୁ ବାୟାଣୀ
ଯାହା ତୁ ଦିନେ, ଏଡାଇ ଦେଇଥିଲୁ ନିଷ୍ଠୁରତା ସହ
ରାସ୍ତା କଡରେ ଠିଆ ହୋଇ
ସେ ଠେଲା ଗାଡିର ଖାଇବାର ମଜା , ତୁ ଆଉ ପାଉ ନଥିବୁ
କିଣି ପାରୁଥିବୁ ବହୁତ କିଛି
ମାତ୍ର ସ୍ୱାଦ ପାଉ ନଥିବୁ
ଏମିତି ବହୁତ କିଛି ତୋ ସହ ହେଉଥିବ
ଗହଳି ରେ ଥାଇ ଭି ଏକା ଥିବୁ
ବଡ ଖଟ ରେ ଶୋଇଭି , ନିଦ ପାଇଁ ଭିକ ମାଗୁଥିବୁ
ଛୁଆ ର ଅନେକ ପ୍ରଶ୍ନ କୁ ତୁ ,
ନିଜ ସ୍ୱାର୍ଥର ଚାଦର ରେ ତଳେ ଦବେଇ ଦେଇଥିବୁ
ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବାର, ଚିନ୍ତା ଆସିପାରେ
ମାତ୍ର, ନିଜେ ନିଜକୁ ଅନୁମତି ଦେଇ ପାରୁ ନଥିବୁ
ବିନା କାରଣରେ ହସୁଥିବୁ
ଆଉ ତୋ ଅଜାଣତରେ,
ତୋର ସତ , ଦୁଃଖ , ଲୁହ ଆଉ କୋହ
ତୋ ଶବ୍ଦ ଆଉ ଝାଳ ହୋଇ
ସମସ୍ତଙ୍କ ସାମ୍ନାକୁ ଆସି ଯାଉଥିବ
ସ୍ୱୀକାର କରିବା କଷ୍ଟ ହେଇ ପାରେ
ବଳ ବୟଷ ଆଉ ଟଙ୍କାର ଗରମ, ମଝିରେ ଆସି ପାରେ
ମାତ୍ର, କେତେ ଦିନ
ସତରୁ ମୁହଁ ମୋଡି ଦେଲେ , ସତ ଲୁଚି ଯାଏନା
ନିଜ ମୁହଁ କୁ ଧୋଇବା ବଦଳେ , ନୁଆଁ ଦର୍ପଣ କିଣିଲେ
ସତ ପରିଷ୍କାର ଭାବେ ଦେଖା ଜାଏନା
ଏମିତି ତୋ ସହ ବହୁତ କିଛି , ହଉଥିବ