ଶହେ ବରଷ ଯେ କିବା ଦରକାର
ମରି ମରି ବଞ୍ଚିବାର।
କିଛି କାଳ ମତେ ବଞ୍ଚିବାକୁ ଦିଅ
ମା ପଣତରେ ମୋର ॥
ନଥିବ ଯେଉଁଠି ଛଳନା କପଟ
ରାଗ ରୁଷା ଅଭିମାନ ।
ଦୁଧ ଭାତ ଗୋଳି ମା ଖୋଜୁଥିବା
ଦେଖାଉଥୁବ ସେ ଜହ୍ନ ॥
ସାଙ୍ଗ ସାଥି ଭାଇ ବନ୍ଧୁ ପରିଜନ
ଅଛନ୍ତି ପାଖକୁ ଘେରି ।
ଡଥାପି କାହିଁ କି କେଉଁଠି କିପରି
ଲାଗୁନାହିଁ ଆଗପରି ॥
ସତେ ସେହି ଦିନ କୁଆଡେ ଯେ ଗଲା
ଆଉ କି ଫେରିବ ନାହିଁ।
ମାଗି ନଥୂଲି ମୁଁ ସୁନାର କଙ୍କଣ
ହାତେ ଦେଲୁ ଆଣି କାହିଁ ॥
ହାତୀ ଘୋଡା ଯଦି ମୋ ପାଖରେ ଅଛି
ଯା ଦେଇଛ୍ତ ତୁ ନେ।
ଚୋରେଇ ଥୁବା ମୋ ସ୍ନେହ ପସରାକୁ
ମତେ ତୁ ଫେରେଇ ଦେ ॥