କବିତା

ହାପି ଓଡ଼ିଶା ଦିବସ

Manasa Ranjan Subudhi's odia poem Happy Odisha Dibasa

ଡିଆଁ କୁଦ ଭରା ଜୀବନ ଜଞ୍ଜାଳେ, ବ୍ୟଗ୍ର ସିନା ଆମେ ଦିନରାତି,
ଡିମିଡିମି ହୋଇ ଅନ୍ତରେ ଜଳୁଥାଇ ଓଡିଆ ପୀରତି ।

ହାପି ଓଡ଼ିଶା ଦିବସ

ହା – ହାର୍ଦ୍ଧିକ ଅଭିନନ୍ଦନ ସବୁ ଓଡ଼ିଶା ବାସୀ ,
ହାତ ଧରି ପାଳନ କରିବା ମିଳିମିଶି ।

ପି – ପିତାମାତା, ଗୁରୁ ସବୁ ତୁମେ ଉତ୍କଳ ଜନନୀ ,
ପ୍ରୀତିମନେ ପାଦେ ତୁମ ମଥା ନୁଅଁଇ ।

– ଓଡିଶାର କୋଣେ ଅବା ଗାଁ ମାଟି ଠାରୁ ଦୂରେ ,
ଓତଃପ୍ରୋତଃ ଆମେ ତଥାପି ଆମ ସଂସ୍କୃତିରେ ।

ଡି – ଡିଆଁ କୁଦ ଭରା ଜୀବନ ଜଞ୍ଜାଳେ, ବ୍ୟଗ୍ର ସିନା ଆମେ ଦିନରାତି,
ଡିମିଡିମି ହୋଇ ଅନ୍ତରେ ଜଳୁଥାଇ ଓଡିଆ ପୀରତି ।

ଶା – ଶାନ୍ତି, ମୈତ୍ରୀ ଭାବ ଝଲକେ ଉତ୍କଳ ସମାଜ ତଳେ,
ସାନ ବଡ଼ ସଭିଁଏ ମାତନ୍ତି ପୂଜା ପର୍ବାଣିରେ ।

ଦି – ଦିନୁଦିନ ପ୍ରଗତି କରୁ ଆମରି ଜାତି,
ଦିଗ ଦର୍ଶନ କରନ୍ତୁ ଜଗନ୍ନାଥ ପୁରୀ ଅଧିପତି ।

– ବରଷ ପୁରାଣି ଦିନରେ ରହୁ ଏକ ଅନୁରୋଧ,
ବରିଷ୍ଠ ଯନ୍ତ୍ରୀ, ବୈଜ୍ଞାନିକ ଓ ବୁଦ୍ଧିଜୀବି ବୃନ୍ଦ ।

– ସମର୍ପିତ ହେଉ ସମସ୍ତ ପ୍ରତିଭା ସମାଜର କଲ୍ୟାଣରେ,
ସମ୍ମାନ, ଗୌରବ ଉତ୍କଳ ମାତାର ଫେରିଆସୁ ଆଉଥରେ ।

// ହାପି ଓଡିଶା ଦିବସ //

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top