କବିତା

ଜହ୍ନ ଆଉ କଇଁ

Bidyut Prava Nayak's odia poem Jahna Aau Kain

ଜହ୍ନ କହିଲା
ମୁଠାଏ ଆଶା ଆଉ ଆଞ୍ଜୁଳାଏ ସ୍ଵପ୍ନ
କିଛି ଆଶ୍ୱାସନା ଆଉ କିଛି ବେଦନା
ସବୁ ସହି ବଂଚିବାର ନାମ ଯେ ପ୍ରେମ
ଏହା ଛଡା ମୁଁ କିଛି ବି ଜାଣେନା ।

ଜହ୍ନ ଆଉ କଇଁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜହ୍ନ ଦିନେ ପଚାରିଲା କଇଁକୁ
ତୁ ଜାଣୁ ପ୍ରେମର ମାନେ କଣ ?
କଇଁ ହସିଲା ଆଉ ଲାଜେଇଗଲା
ଆଉ କହିଲା ପ୍ରେମର ମାନେ ସମର୍ପଣ ।

ଜହ୍ନ କହିଲା
ମୁଠାଏ ଆଶା ଆଉ ଆଞ୍ଜୁଳାଏ ସ୍ଵପ୍ନ
କିଛି ଆଶ୍ୱାସନା ଆଉ କିଛି ବେଦନା
ସବୁ ସହି ବଂଚିବାର ନାମ ଯେ ପ୍ରେମ
ଏହା ଛଡା ମୁଁ କିଛି ବି ଜାଣେନା  ।

ସବୁ ପାଇ ହରେଇ ଦେବାର ଭୟ
ଆଉ କିଛି ନ ପାଇ ଶୂନ୍ୟ ହୃଦୟର କୋହ
ଆଉ କେବେ ସମୟ ହାତରେ ଭାଗ୍ୟର ବନ୍ଧନ
ଏ ସବୁକୁ କଣ କହୁ ତୁ ସମର୍ପଣ ?

କଇଁ କହିଲା
ତୋ ସହିତ ଅସମ୍ଭବ ମୋର ମିଳନ
ମୋ ହୃଦୟର ଶୂନ୍ୟତା କେବେ ବି ହେବନି ପୂରଣ
ତଥାପି ମୁଁ ତୋତେ ଭଲପାଏ
ତୋର ଅସ୍ତିତ୍ୱ ରେ ମୁଁ ନିଜକୁ ଭୁଲେଇଦିଏ
ଭୁଲିଯାଏ ମୋର କୋହ ଆଉ ଯାତନା
କିଛି ବାଧା ବିଘ୍ନ ମୁଁ ମାନେନା
ଏହା ହିଁ ତୋ ପ୍ରତି ମୋର ଭଲ ପାଇବା
ଏହା ଛଡା ମୁଁ କିଛି ବି ଜାଣେନା
କିଛି ବି ଜାଣେନା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top