କବିତା

ଶ୍ରୀ ହରି ଉପେକ୍ଷା

Binayak Mishra's odia poem Shree Hari Upekhyaa

ଭୁଲିଗଲ ତୁମେ । ଏକାନ୍ତରେ ହୋଇ ବାଲ୍‌କୋନିରେ ଠିଆ,
ଦେଖିବାକୁ ଅନନ୍ତ ଆକାଶ ଟିକି ଟିକି ତାରା ।

ଶ୍ରୀ ହରି ଉପେକ୍ଷା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜାଣିଛ କି ତୁମେ ଯେବେ ଅଳସ ଚନ୍ଦ୍ରାରେ
ପଡ଼ିଥାଅ ଉଷୁମ ବିଛଣା କୋଳରେ ।
ଦେଖୁ ଥାଅ ଦିବା ସ୍ୱପ୍ନ ପେଟ ମାଡ଼ି,
ଜନ୍ମବେଳୁ ଏବେ ଯାଏଁ ଅଭ୍ୟାସ ନ ଛାଡ଼ି ।
ହରାଇଛ ଜୀବନରେ, ଉଷାର ପ୍ରତି ଜନ୍ମୋତ୍ସବ,
ନ ଦେଖି ନବରବି ରଙ୍ଗ, ପ୍ରକୃତିର ଅପୂର୍ବ ବୈଭବ ।
ପାଇନ ସୁଲୁସୁଲୁ ଶୀତଳ ସମୀରଣ ସ୍ପର୍ଶ,
ଏଇତ “ଶ୍ରୀହରି ପ୍ରକାଶ ପ୍ରକୃତି”ର କୋଳେ ମାସ ବର୍ଷ ।
ରାତ୍ରୀର କୃତ୍ରିମ ଆଲୋକ ଘରେ ଘରେ ଥୁଆ,

ଭୁଲିଗଲ ତୁମେ । ଏକାନ୍ତରେ ହୋଇ ବାଲ୍‌କୋନିରେ ଠିଆ,
ଦେଖିବାକୁ ଅନନ୍ତ ଆକାଶ ଟିକି ଟିକି ତାରା ।
ଜହ୍ନ ବାଦଲର ଲୁଚକାଳି ଖେଳ, ଦିଗନ୍ତଭରା,
ନାହିଁ ସମୟ ବସି ଅନନ୍ତ ସାଗରର କୂଳେ,
ଭୁଲି ନିଜର ଅସ୍ତିତ୍ୱ ମିଶିବାକୁ ପ୍ରକୃତିର କୋଳେ,
ପ୍ରଭୁ, କ୍ଷମାକର ଅଧୁନା ମନୁଷ୍ୟ ଜୀବନ
କୃତ୍ରିମ ଜଗତେ, ନିରର୍ଥକ ଇନ୍ଦ୍ରିୟଗଣ
ସମ୍ଭୋଗରେ ବୁଡ଼ି, ଖୋଲୁନାହିଁ ଆଖି, ଖୋଲି ନାହିଁ,
ଶାଶ୍ୱତ ଶାନ୍ତି, ତୃପ୍ତି, ସାଉଁଟିବା ପାଇଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top