କବିତା

ଜହ୍ନରେ ଜଳ

Jachindra Kumar Rout's Odia Poem JANHA RE JALA

ଏବେ ଜହ୍ନର ଜମିରେ
ଜମି ଯାଇଚି ଜଳ
ପଥର ଖୋଲରେ ବର୍ଷାପାଣି ପରି
ଓସେନ୍ ସାଟେଲାଇଟ୍ ଆଖିରେ
ଝୁଲିଗଲା ବିନ୍ଦୁଏ ଭରସା
ଠୋପାଏ ଆଭାସ
ଆକସ୍ମିକ ଅଶେଷ ଆହ୍ଲାଦ
ଆଶ୍ୱାସନା ଆସନ୍ତାକାଲିର ।

ଜହ୍ନରେ ଜଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମା’ ହାତ ପାତିଲେ ସରଗକୁ
ଅଜାଡ଼ିଦିଏ କଅଁଳ କିରଣ
ଶୀତଳ ସରସତା
ଓଦା ହେଇଯାଏ ନଡ଼ିଆ ପତ୍ର
ତିନ୍ତିଯାଏ ଘାସ ଘର
ଜହ୍ନ ଆଲୁଅରେ ।

ଏବେ ଜହ୍ନର ଜମିରେ
ଜମି ଯାଇଚି ଜଳ
ପଥର ଖୋଲରେ ବର୍ଷାପାଣି ପରି
ଓସେନ୍ ସାଟେଲାଇଟ୍ ଆଖିରେ
ଝୁଲିଗଲା ବିନ୍ଦୁଏ ଭରସା
ଠୋପାଏ ଆଭାସ
ଆକସ୍ମିକ ଅଶେଷ ଆହ୍ଲାଦ
ଆଶ୍ୱାସନା ଆସନ୍ତାକାଲିର ।

ଝୁଣ୍ଟି ପଡ଼ିଲା ଗର୍ଭିଣୀ ତିରିଲା
ପାହାଡ଼ର ପେଟ
ଝୁଙ୍କିଗଲା ତା’, ବିଶ୍ୱାସ
ଠଣ୍ଠାଣ୍ ତା’ ହାତର କାଚ ।

ସୋର୍ଶିଂ ସାଟେଲାଇଟ୍
ଲୁନାରକ୍ରେଟର ଦୁହେଁ ମିଶି
ନିଗାଡ଼ି ଦେଲେ ରକ୍ତ
ଜହ୍ନଯୋନିରୁ
ଟପ୍ ଟପ୍ ଗଳିଲେ ବିନ୍ଦୁ ବିନ୍ଦୁ
ନିଆଁହୁଳା, ଧୂଳିଝଡ଼
ନାସାର କମ୍ପ୍ୟୁଟରରେ ।

ଅହଙ୍କାରୀ ଅପେକ୍ଷା କରିଚି ସମୟ
ଅପେକ୍ଷା କରିଛନ୍ତି ଫୁଲତୋଡ଼ାରେ
ସଦ୍ଦାମ, ହିଟଲର
ଲାଡ଼େନ୍‌ର ଫେରନ୍ତା ବାଟକୁ
ଆକାଶ ମଥାନରେ ।

ଜହ୍ନକୁ ନେଇ ଯୋଡ଼ ନାହିଁ
ଜାରଜ ସମ୍ପର୍କ ନଗ୍ରଜନେ
ଜହ୍ନଜମି ମାଙ୍କଡ଼ା ହେଉ କି ମାଙ୍କଡ଼
ଶଶା ହେଉ କି ଶାଶ୍ୱତ
ଆସ ଭଣଜା ଭାଣିଜିମାନେ
ଜହ୍ନ ସହ ଯୋଡ଼ିବା
ମା’ ମମତାରୁ ମାମୁଁର ସମ୍ପର୍କ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top