କବିତା

ପକ୍ଷୀର ନୀଡ

Ashok Biswal's odia poem Mana Aakaashara Jahna

ତୁମେ
ମୋ ଦୁନିଆକୁ ଚୋରାଇ ନେଇଛ
ମନରେ ମୋ ଖୁସି ଭରିତ ଯାଇଛି
ସବୁଠି ତୁମର ରୂପ

ପକ୍ଷୀର ନୀଡ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମନକୁ ମୋ ଚୋରାଇ ନେଇଛ
ପ୍ରେମକୁ ତୁମେ ସାଉଁଟି ରଖିଛ
ହୃଦୟ ମୋର ତୁମେ ଆବୋରିଛ
ଆଖିର ଆଗରେ ତୁମର ମୂରତି
ଚାରିପାଖେ ମୋର ତୁମର ସୁଗନ୍ଧ
ମୋ ସ୍ୱପ୍ନରେ ଘୁରି ତ ବୁଲୁଛ ।

ମୋର ଭାବନାରେ ରହିଥାଅ ତୁମେ
ତୁମ ବିନା
ଆଉ କିଛି ଭାବି ମୁଁ ପାରେନା
ସବୁଆଡେ ତୁମେ ଦିଶିଯାଅ
ପବନର ପ୍ରତିଟି କଣାରେ
ତୁମ ଭାରୀ ନିଃଶ୍ୱାସ ତ ଥାଏ
ହୃଦୟରେ ବସା ବାନ୍ଧିଥାଏ
ଅଜଣାରେ
ମୋ ମନକୁ ତୁମେ ଚୋରାଇ ନେଇଛ
ଆଉ କିଛି ନାହିଁ
ମୋ ପାଇଁ ଭାବିବାକୁ ।

ତୁମେ
ମୋ ଦୁନିଆକୁ ଚୋରାଇ ନେଇଛ
ମନରେ ମୋ ଖୁସି ଭରିତ ଯାଇଛି
ସବୁଠି ତୁମର ରୂପ
ସବୁଠି ତୁମ ନିଃଶ୍ୱାସର ଛାପ
ମୋର ଅଗଣାରେ
ତୁମର ସୁଗନ୍ଧ ଘୁରି ତ ବୁଲୁଛି ।

<strong>(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )</strong>

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top