କହିବାର ଥିଲା ଅନେକ କଥା ବନ୍ଧୁ
ଏ ଦିନ ସରିଗଲା ।।
ଦେଖିବାର ଥିଲା ଅନେକ ସ୍ୱପ୍ନ
ଏ ରାତି ପାହିଗଲା ।।
ନା ରହିବ ଏ ଦିନ ନା ଏ ରାତି
ନା ଏ ଅବାସ୍ତବ ଜୀବନ
ନା ଏ ବିଭବ ଯୌବନ ।।
ହଁ ବନ୍ଧୁ ରହିଯିବ ଖାଲି କିଛି
ଆମ ଅକୁହା କଥା, ଅଧୁରା ସ୍ୱପ୍ନ ।।
ହଁ ବନ୍ଧୁ ତୁମେ ତ ଚାଲିଯିବ ତୁମ ସ୍ୱପ୍ନର ନଗରୀକୁ
କରି ମୋତେ ବହୁ ଦୂର
ଏ ଅଭାବି ବନ୍ଧୁର ଦୁର୍ଦ୍ଧିନ ଭାବକୁ
ନ କରିବ ଭାବାନ୍ତର
ଜାଣେନା ମୁଁ ପୁଣି ଏ ଜନମ କି ଆର ଜନମ
ପୁଣି ଆମ କେବେ ହେବ ମିଳନ ।।
ଚାହିଁ ରହିଥିବି ତୁମ ଫେରିବା ପଥକୁ
ତୃଷ୍ଣାତୁର ଚାତକ ଯେସନ ।।
ଭୁଲକୁ ମୋର ଧରିବନି ବନ୍ଧୁ
ଯଦି କେବେ ଯିବ ଏ ରାସ୍ତା ଦେଇ,
ଥରୁଟିଏ ଚାଲିଆସିବ , ଏ ବିଚରା ବନ୍ଧୁକୁ ମନେ ପକାଇ
ମୁଁ ବସିଥିବି ତୁମ ପଥ ଅନାଇ, ଖୁସି ହୋଇଯିବି ତୁମକୁ ପାଇ ।।
