କବିତା

କଳଙ୍କିତ ଅଧ୍ୟାୟ

Er Bidyadhara Panda's odia poem Kalankita Adhyaaya

ଆତ୍ମହତ୍ୟା ପୂର୍ବରୁ କୁନ୍ଦୁଲି ପିଡୀତାର
ଲୁଗାବନ୍ଧା ମୁହଁର କଥାକୁହା ଆଖି

କଳଙ୍କିତ ଅଧ୍ୟାୟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କଳଙ୍କିତ ଅଧ୍ୟାୟ
ଆମ ଜନ୍ମମାଟି ଓଡିଶାର
ଭୁଲି ହେଉନି ମନରୁ
ମୁଣ୍ଡରେ ଆପେଆପେ ଗଣ୍ଠି ପଡିଛି
ଦାନମାଝୀ କଡରେ ଛିଡା
ସେ ଛୋଟ ଝିଅର ଚାହାଣି
କାନ୍ଧ ଉପରେ କାଠଗଣ୍ଡିଟି ପରି
ବୋହୁଥିବା ଗୋଦଡି ଗୁଡା ଶବ
ବିଷପିଇବା ପୂର୍ବରୁ ଚାଷଜମିରେ
ବରଗଡ ଚାଷୀର ଧମକାଣ ଭିଡିଓ

ଆତ୍ମହତ୍ୟା ପୂର୍ବରୁ କୁନ୍ଦୁଲି ପିଡୀତାର
ଲୁଗାବନ୍ଧା ମୁହଁର କଥାକୁହା ଆଖି
ଭୁଲି ହେଉନି ପୁରୀ ଶ୍ରୀମନ୍ଦିରରେ
ନିତିନିତି ପରମାତ୍ମା ନୀତିରେ ଖେଳ
ଦାରୁଚୟନ ବନଯାଗ ଯାତ୍ରା
୨୦୧୫ ମସିହା ନବକଳେବର
ଦିବସରେ ବିଳମ୍ବିତ ବ୍ରହ୍ମ ପରିବର୍ତନ
ଲକ୍ଷ୍ମୀଭଣ୍ଡାର ତାଲାର ଚାବି
ହଜିବା ଖୋଜିବା ପାଇବା

ଅସଫଳ ଭଣ୍ଡାର ଖୋଲା ଉଦ୍ଧ୍ୟମ
ଗଣମାଧ୍ୟମ ପାଇଁ ପୁରୁଣା
ପ୍ରଶାସନ ପାଇଁ ଅଢୁଆ
ବିରୋଧୀଙ୍କ ପାଇଁ ଆଲୋଚ୍ୟ
ଶାସକ ନେତାପାଇଁ ଲଜ୍ଜ୍ୟା
କେବଳ ଜନତାଙ୍କ ପାଇଁ
ଚିରଦିନର ଅଭୁଲା ସ୍ମୃତୀ
ଓଡିଶା ଇତିହାସ ପୃଷ୍ଠାର
ଭୁଲି ହେଉନି ଏସବୁ
ଅସରନ୍ତି କଳଙ୍କିତ ଅଧ୍ୟାୟ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top