କବିତା

କି କଥା କହିବି ଯେ

Niranjana Jena's odia poem Ki Kathaa Kahibi Je

କି ଗୀତ ଗାଇବି ଯେ,
ପକ୍ଷୀର କାକଳିରେ
ଝରି ପଡୁଛି ଅସରା ସଂଗୀତ ।।

କି କଥା କହିବି ଯେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କି ଚିତ୍ର ଆଙ୍କିବି ଯେ,
ପୃଥ୍ୱୀ ଓ ଆକାଶର ରୂପ
ପୂର୍ବରୁ ଅଙ୍କିତ ।।

କି ଗୀତ ଗାଇବି ଯେ,
ପକ୍ଷୀର କାକଳିରେ
ଝରି ପଡୁଛି ଅସରା ସଂଗୀତ ।।

କେଉଁ ଆଡ଼େ ବହିଯିବି ଯେ,
ଯେଉଁ ଆଡ଼େ ଆଖି ପହଁରାଏ
ନଦୀ, ଝରଣା ଓ ସମୁଦ୍ରର ଉତ୍ତାଳ ତରଙ୍ଗ ।।

କି କଥା କହିବି ଯେ,
ସବୁ କଥା ତ ସାରି ଦେଇଛନ୍ତି ପୂର୍ବଜ
ମୁଁ ଅବଲୋକରା-
ହୁଁ ମାରିବା ସାର ।।

କବିତା ଲେଖିବା କଥା
କହୁଥିଲ ପରା,
ଏବେ ଆଉ ସେକଥା କୁହନାହିଁ ସୁଜନେ
କମ୍ପ୍ୟୁଟର ଆଜିକାଲି କବିତା ଲେଖୁଛି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top