ମୋ ପାଖେ ନିଦ ନାହିଁ
ଅଛି ସ୍ୱପ୍ନ – ଯାହା ଦେଖିବାକୁ ତମେ
ସଞ୍ଚିଅଛ ନିଦ
ସତର ବରଷ
ଅଧା ସ୍ୱପ୍ନ ବଦଳରେ
ନିଦ କିଣି ବାହାରିଛି ମୁଁ
ଚାଲ ଆମେ ସାଥିରେ ଶୋଇବା !
ରାତି ଅଧକରେ
ମୁଁ ଜାଣେ ତମେ ମୋର
ଘୁଙ୍ଗୁଡ଼ି ଗଣିବ –
ବାବଦକୁ ତାର
ନାଲି ନେଳି
ଲକ୍ଷେ ସ୍ୱପ୍ନ ମୋର
ବାନ୍ଧି ନେଇଯିବ
ନିଅ ମୋର ସବୁ ସ୍ୱପ୍ନ
ଦବ ଯଦି କାଣିଚାଏ ନିଦ
ଯଥେଷ୍ଟ ଯେ ସକାଳ ପର୍ଯ୍ୟନ୍ତ
ଆର ଜନମର !