କବିତା

କୁଆଁର ପୁନେଇ ଜହ୍ନ

Jitendriya Rout's odia poem Kuaanra Punei Jahna

କୁଆଁର ପୁନେଇ ଜହ୍ନକୁ ଦେଖିଲେ
ଲାଜ ଲାଗେ ଆଜି କାହିଁ,
କୁଆଁରୀ ନାହାନ୍ତି ଗାଆଁର ଦାଣ୍ଡରେ
ପାଳଭୂତ ଦେଖା ନାହିଁ ।

କୁଆଁର ପୁନେଇ ଜହ୍ନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପ୍ରକୃତି କାନ୍ଦୁଛି ଭୋ ଭୋ ହୋଇ
ଧରିତ୍ରୀ କାନ୍ଦଇ ଲୁଚି ,
ନବୁଝି ମଣିଷ ହସୁ ଥାଏ ଖାଲି
ବୁଝି ପାରେ ନାହିଁ କିଛି ।

କୁଆଁର ପୁନେଇ ଜହ୍ନକୁ ଦେଖିଲେ
ଲାଜ ଲାଗେ ଆଜି କାହିଁ,
କୁଆଁରୀ ନାହାନ୍ତି ଗାଆଁର ଦାଣ୍ଡରେ
ପାଳଭୂତ ଦେଖା ନାହିଁ ।

କୁଆଁର ପୁନେଇ ଗୀତ ଶୁଭୁ ନାହିଁ
ଗା ଆଁ ଦାଣ୍ଡେ ସଞ୍ଜ ବେଳେ,
ଟିଭିରେ ଖୋଜନ୍ତି ଗାଆଁର କୁଆଁରୀ
ପରୀ ଦବ କେତେ ବେଳେ ।

ଟିଭି ଦେଖି ଦେଖି ଫେସନ କରନ୍ତି
ଗାଆଁର କୁଆଁରୀ ଯେତେ,
ରଜ କୁଇନ ଓ ନୂଆ ହିରୋଇନ
ତାଙ୍କ ଲକ୍ଷ୍ୟସ୍ଥଳ ସତେ ।

କୁମାର ମିଳନ୍ତି ଅତି ସହଜରେ
ଓଷା ବ୍ରତ କିଆଁ ଲୋଡ଼ା,
ଆଜିର କୁଆଁରୀ ଦିଏ ଏ ସ୍ଲୋଗାନ
ମୁହଁ ତାର ପାଣିଛଡ଼ା ।

ନିର୍ଲଜ ଜହ୍ନର କାମ କିଛି ନାହିଁ
ପଇନ୍ତରା ମାରେ ଖାଲି,
ବେହିଆ ମୁହଁରେ ହସୁଥାଏ ଖାଲି
ଚାହିଁକିସେ ମରୁ ବାଲି ।

1 Comment

1 Comment

  1. Ranjan Nayak

    October 20, 2016 at 9:52 am

    Nice thought…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top