କବିତା

ମିଛୁଆର ସାଥୀ ଲାଞ୍ଚୁଆ

Er Bidyadhar Panda's odia poem Michhuaa Ra Sathi Laanchuaa

ଧନ୍ୟ ପ୍ରଶାସନ ଧନ୍ୟ ନୈତିକତା ଧନ୍ୟ ତୁମର ସାହସ
ସରଳ ଲୋକଙ୍କୁ ଲଣ୍ଠଣ ଦେଖାଇ କରୁଅଛ ପରିହାସ

ମିଛୁଆର ସାଥୀ ଲାଞ୍ଚୁଆ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମିଛୁଆ ନେତାକୁ ଲାଞ୍ଚୁଆ ଭୋଟର ଅନ୍ଧାରିଆ ଗାଁ ଦାଣ୍ଡ
ବିମୁଦ୍ରିକରଣ ଫସର ଫାଟିଛି ଚାଲିଛି ପୁରୁଣା କାଣ୍ଡ
ନୂଆନୂଆ ନେଳିନୋଟ ସାଙ୍ଗକୁ ନାଲିପାଣି ବନ୍ଦୋବସ୍ତ
କୁକୁଡ଼ା ଛେଳିର ବେଳ ହୁଏ କାଳ କ୍ଲବ ପିଲାଏ ବ୍ୟସ୍ତ
ବିନାଭୋଟ୍‌ରେ ସଇଁତିରିଶ ହଜାର ନିର୍ବାଚନ ଗଲେ ଜିତି
ଗଞାମରେ କେହି ମିଳିଲେନି ଆଉ ଜିଲ୍ଲାପରିଷଦ ପ୍ରାର୍ଥୀ
ଧନ୍ୟ ପ୍ରଶାସନ ଧନ୍ୟ ନୈତିକତା ଧନ୍ୟ ତୁମର ସାହସ
ସରଳ ଲୋକଙ୍କୁ ଲଣ୍ଠଣ ଦେଖାଇ କରୁଅଛ ପରିହାସ
କବିତା ବବିତା ଅପ୍ରତିଦ୍ୱନ୍ଦିରେ ବି.ଡ଼ି.ଓ. ପଡ଼ିଲା ବଳି
ଉପକୃତଲୋକ ଖସୁଛି କେମିତି ଆନମୁଣ୍ଡେ ଅଠା ବୋଳି?

ସି.ବି.ଆଇ. ଭିଜିଲାନ୍ସ ଡ଼ିଆଁଡ଼ିଇଁ ଜନତା ଦେଖି ଜଳକା
କେବେ ମାତୁଛନ୍ତି କେବେ ଶୋଉଛନ୍ତି ପାଗଳ ହାତି ପରିକା
ଚିଟ୍‌ଫଣ୍ଡ ଟଙ୍କା ଫେରିବା ବାଟକୁ ରେବତି ମାଆ ଜଗିଛି
ରେବତିକୁ ବାହା ବେଦିରେ ଦେଖିବ ସପନ ନିତି ଦେଖୁଛି
ନେତାଏ କୁହନ୍ତି ଏଇଥର ଦେଲେ ସବୁ ଦେବେ ଓଲଟାଇ
ଇନ୍ଦିରା ଆବାସ, କଂକ୍ରିଟ୍ ରୋଡ଼କୁ ଭତାରେ ଦେବେ ଭସାଇ
ନାଁ ‘କୁ କୁହନ୍ତି ଦଳିୟ ନୁହନ୍ତି ପଞ୍ଚାୟତ ପ୍ରାର୍ଥୀମାନେ
ସବୁ ଦଳ ଚିହ୍ନ ବାନା ଉଡ଼ୁଅଛି ନିର୍ବ୍ଦଳୀୟ ନାହିଁ ଜଣେ
ଏ କଥା କି କିଏ ଜାଣି ନପାରନ୍ତି ଦଳ ହସ୍ତକ୍ଷେପ ପେଞ୍ଚ
ଜନତା ଶୋଷଣ ସଭିଙ୍କର ମନ୍ତ୍ର ଭିନ୍ନ ଭିନ୍ନ ଖାଲି ମଞ୍ଚ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top