କବିତା

ନବବର୍ଷକୁ ସ୍ୱାଗତ

Prafulla Kumar Rout's odia poem Nababarshaku Swaagat

ଆଜିର ଶିଶୁ କାଲିର ଭବିଷ୍ୟତ
ମନେଆଣି ଦିଅ, ତାଙ୍କ ହରସ
ତାଙ୍କ ଚଲାପଥ କର କୁସୁମିତ
ନବବର୍ଷ ହେଉ ତାଙ୍କର ଆଶିଷ ।

ନବବର୍ଷକୁ ସ୍ୱାଗତ

ନୂଆ ବରଷରେ ନୂଆ ବରଷ
ସବୁରି ମନରେ ଫୁଟାଅ ହସ
କେତେ ଆଶା ଆମ ଆକାଂକ୍ଷାପଣ
ମନରେ ଜାଗିଛି କେତେ ସପନ । ୧ ।

ଆଜିର ଶିଶୁ କାଲିର ଭବିଷ୍ୟତ
ମନେଆଣି ଦିଅ, ତାଙ୍କ ହରସ
ତାଙ୍କ ଚଲାପଥ କର କୁସୁମିତ
ନବବର୍ଷ ହେଉ ତାଙ୍କର ଆଶିଷ ।୨ ।

ଯୁବପୀଢ଼ିମାନେ କେତେ ଆଶାରେ
ଲାଗିଛନ୍ତି ସେ ତ କର୍ମ ନିଶାରେ
ତାଙ୍କୁ ତୁମେ ଟିକେ, ସୁଦୟା କର
ନିଯୁକ୍ତି ଦେଇଣ ହରସ ଭର । ୩ ।

ମଧ୍ୟମ ବୟସ, ସମୟ କାଳ
ଲୋଭ, ମୋହ, ହିଂସା ଖେଳନ୍ତି ଖେଳ
ବୁଢ଼ା ବୁଢ଼ୀମାନେ ପାଚିଲା ତାଳ
ଜୀବନ ନୌକା ତୁମ୍ଭେ ସମ୍ଭାଳ । ୪ ।

ବିଦ୍ୟାର୍ଥୀ ଭାଇ, ଭଉଣୀଙ୍କ ପାଇଁ
ସରସ୍ୱତୀ ମା’ର କୃପା ଝରଇ
ନବବର୍ଷ ତାଙ୍କ ମଙ୍ଗଳ ହେଉ
ଜୀବନ ଧାରା ସୁପଥରେ ଯାଉ । ୫ ।

ରୋଗୀଙ୍କ ରୋଗକୁ ହରଣ କର
କ୍ଷମା ଦେଇ ତାଙ୍କୁ ଉଧାରି ଧର
ଦୁଃଖ ଘୁଞ୍ଚି ତାଙ୍କ ସୁଖ ହିଁ ଫେରୁ
ଆଶାର ପ୍ରଦୀପ ଜୀବନେ ଜଳୁ । ୬ ।

ଭଲ ପାଇବାର ଅଖଣ୍ଡ ଦୀପ
ପ୍ରେମିକା, ପ୍ରେମିକ ନିଅ ଶପଥ
ଭଲ ପାଇ କେବେ ଧୋକା ନ ଦିଅ
ସଂସାରରେ ଭଲ ଆଦର୍ଶ ହୁଅ । ୭ ।

ବହୁ ଧୈର୍ଯ୍ୟବନ୍ତ ଆମ ଧରଣୀ ମା’
ଶସ୍ୟ ଶ୍ୟାମଳା ବୁକୁରେ ନେଇକି ଆ’
ଦୈବ ଦୁର୍ବିପାକ ନ ହେଉ ଜମା
ସାହା ହୋଇଥାନ୍ତୁ ଜଗତ ମା’ । ୮ ।

ପୂର୍ବ ଷୋହଳକୁ ବିଦାୟ ଦେଲୁ
ନୂତନ ସତରକୁ ସ୍ୱାଗତ କଲୁ
ଜଗତର ନାଥ ଜଗତନାଥ
କରୁଣା କରନ୍ତୁ ବରଷ ଯାକ । ୯ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top