ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମୋ ମନର ନୀରବତା
କହେ ମତେ କେତେ କଥା
କିଏ ଅବାବୁଝିବ ମୋ ମନର
ଅକୁହା କଥା ।।
ଡର କାଇଁ ଲାଗେ ଆଜି
ମନ କାଇଁ ବୁଝେନା
କାଇଁ ପୁଣି ଝରିଯାଏ
ଏ ଆଖିରୁ ଝରଣା ।।
ଅମାନିଆ ସେ ଝରଣା
ଝରି ଝରି ଯାଏ ଆଜି
ତା’ର ଟିକି ସୁଅରେ
ସ୍ୱପ୍ନ ମୋର ଯାଏ ଭିଜି ।।
ମନ କଥା ମନେରଖି
ତଥାପି ମୁଁ ହସୁଛି
ଅନ୍ଧକାର ରାତି ପରେ
ସକାଳ ଆସେ ଶୁଣିଛି ।।
