କବିତା

ନିଆରା ପ୍ରେମ

Dr Kalpana Mallick's odia poem Niaaraa Prema

ଏଠିତ ସମସ୍ତେ ବନ୍ଧା
ତମ ଭଲପାଇବାର ଅନନ୍ତ ଡୋରୀରେ
ପାପୀ ଠାରୁ ତପୀଯାଏ
ରୋଗୀ ଠାରୁ ଭୋଗୀଯାଏ
ସବୁରି ତୁଣ୍ଡରେ ତୁମେ ଥାଅ
ଓଁ କାର ନାଦରେ ।

ନିଆରା ପ୍ରେମ

ପୃଥିବୀର ସବୁତକ ପ୍ରେମ
ଭଲପାଇବାର ତୀବ୍ର ନିବିଡ଼ତା
ନିଆରା ଆନନ୍ଦ
ଆଉ ଏକାନ୍ତ ଆତ୍ମୀୟତା
ତମ ଠାରେ ହିଁ ଠୁଳ
ସେ ପାଇଁ ତ ତମେ
ପରମ ପ୍ରେମମୟ
ବାଙ୍ମୟ ପୁରୁଷ
ତମେଇତ ପ୍ରଥମ ପ୍ରେମୀକ
ଶ୍ରୀରାଧା ଓ ମୀରାର
ସହସ୍ର ଗୋପୀର
ଶସାଗରା ଧରାର
ବିଶ୍ୱ ବ୍ରହ୍ମାଣ୍ଡର
ଧୂଳିରେ, ଅଣୁରେ
ଫୁଲରେ ଫଳରେ
ଚଢେ଼ଇଙ୍କ ନାନାବାୟା
ଗୀତର ସୁରରେ ଭରିଦେଲ
ଭଲପାଇବାର ବୀଜମନ୍ତ୍ର ସବୁ ।

ଏଠିତ ସମସ୍ତେ ବନ୍ଧା
ତମ ଭଲପାଇବାର ଅନନ୍ତ ଡୋରୀରେ
ପାପୀ ଠାରୁ ତପୀଯାଏ
ରୋଗୀ ଠାରୁ ଭୋଗୀଯାଏ
ସବୁରି ତୁଣ୍ଡରେ ତୁମେ ଥାଅ
ଓଁ କାର ନାଦରେ ।
ଏ ପ୍ରଗଳ୍ଭା
ମନଝୁରେ ଛୁଇଁବାକୁ ଥରେ
ଜଳରେ, ସ୍ଥଳରେ
ସମୟର ପ୍ରତିଟି ବେଳରେ
ଚିନ୍ତା ଆଉ ଚେତନାରେ
ନିଃଶ୍ୱାସରେ, ପ୍ରଶ୍ୱାସରେ
ନିଆରା ପ୍ରେମର ସେଇ ଦିବ୍ୟ
ପୂର୍ଣ୍ଣତାରେ, ନିବିଡ଼ ଭାବରେ
ନିବିଡ଼ ଭାବରେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top