କବିତା

ପାଟ ଡୋରୀ

Dr Kalpana Mallick's odia poem Paata Dori

ଭାବର ଗୁରୁଗମ୍ଭୀର ଉଚ୍ଚାଟନ
ସୀମା ସହ ସମ୍ମୋହନ
ପ୍ରାଣ ସହ ପ୍ରତୀମାର
ଶବ୍ଦ ସହ ସଂଳାପର

ପାଟ ଡୋରୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଶଙ୍ଖ କ୍ଷେତ୍ରରୁ
ତୁଳସୀ କ୍ଷେତ୍ର ଯାଏ
ଲମ୍ୱିଥାଏ
ଏକ ସୁଦୀର୍ଘ ବିଶ୍ୱାସ
ଭାବର ଗୁରୁଗମ୍ଭୀର ଉଚ୍ଚାଟନ
ସୀମା ସହ ସମ୍ମୋହନ
ପ୍ରାଣ ସହ ପ୍ରତୀମାର
ଶବ୍ଦ ସହ ସଂଳାପର
ଜୀବନ ସହ ସଳିତାର
ଏକ ମହାର୍ଘ୍ୟ ସର୍ମପଣ
ପୁରରେ, ପଲ୍ଲୀରେ

ସକାଳର କାକର ଟୋପାରେ
ସୂରୁଯର ନାଲିଆ ଟିପାରେ
ଗୋ-ଧୂଳିର ଧୂସର ଛନ୍ଦରେ
ସଞ୍ଜ ଆଳତୀର କର୍ପୂର ଗନ୍ଧରେ
ତୁମେ ଗୁଞ୍ଜରିତ ହୁଅ
ବଳଦେବ ଜଗନ୍ନାଥ ସୁଭଦ୍ରା ରୂପରେ
ସାତ୍ତ୍ୱିକ ଭାବରେ
ଚିନ୍ତାରେ, ଚେତନାରେ
ଭଲ ପାଇବାର ବୀଜମନ୍ତ୍ରରେ
ଆଉ ଓଁ କାର ଧ୍ୱନିରେ
ଓଁ କାର ଧ୍ୱନିରେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top