ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ନିବିଡ଼ ଭଲ ପାଇବା
ଟିକକ ପାଇଲେ
ସେ ଉଭା ହୁଅନ୍ତି
ପଥର ଖଣ୍ଡରେ
ପରମାତ୍ମାର
ରୂପକଳ୍ପ ନେଇ
ଶୁଖିଲା ଦାରୁରେ
ସଜ ତୁଳସୀରେ
ବାସ୍ନା ନେଇ
ଉଈ ସଞ୍ଚରିତ
ମାଟିହୁଙ୍କାରେ
ତେଜସ୍ମାନ୍
ଜ୍ୟୋତିର୍ମୟ ହୋଇ
କେବେ ଝଙ୍କାଳିଆ
ବଟବୃକ୍ଷ ତଳେ
ଧ୍ୟାନମଗ୍ନ ମଣିଷର
ହୃଦୟରେ
ଭଲ ପାଇବାର ବୀଜମନ୍ତ୍ର ହୋଇ
ସେ ଅହରହ
ବିଚରଣ କରୁଥାନ୍ତି ଏମିତି
ଭାବନାରେ
ଭାବବନ୍ଧ ହୋଇ
ଚେତନାରେ
ଶ୍ରୀ ଚୈତନ୍ୟ ହୋଇ,
ସେ ବନ୍ଧାଥାନ୍ତି
ଅନାବିଳ ମମତାରେ
ନିଛକ ଭଲ ପାଇବାରେ
ମନ ଭିତରେ ମନଟିଏ ହୋଇ
ଆଉ ପ୍ରାଣ ଭିତରେ
ପ୍ରାଣଟିଏ ହୋଇ ।।
