ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଫୁଲଠୁ ବି ସେ ଅଧିକ ଫୁଲେଇ
ଜହ୍ନଠୁ ବି ସତେ ଅଧିକ ଲାଜେଇ
ନଦୀଠୁ ବି ସିଏ ଅଧିକ ଚଞ୍ଚଳ
ମେଘଠୁ ବି ସେ ହୁଏ ଅଧିକ ସଜେଇ
ସତେ ଯେମିତି ଲାଗେ ସିଏ ପରୀଟିଏ ପରି ।।(୧)
କିଛି ଆଶା କିଛି ଭରଷା ସେ ନେଇ
ଲକ୍ଷେ ଶ୍ରାବଣରେ ହୋଇ ସେ ସଜେଇ
ମୋ ହୃଦୟ ଅଗଣାରେ ଆସି ସେ ଓହ୍ଲେଇ
ଦିଏ ସେ ମୋତେ ପ୍ରୀତି ବରଷାରେ ଭିଜେଇ ।।(୨)
ରୂପଗୁଣେ ଭରା ରୁପସୀ ଟେ ସେ ତ
ଯେତେ ଦେଖିଲେ ବି ବୁଝେନା ଏ ମନ
ହାତ ଧରି ତାର ବାଟ ଚାଲିବାକୁ
ଦେଖୁଥାଏ ମୁଁ ନୀତି ସପନ ।।(୩)
ସାଗର ବି ଜଳେ ତା ନୀଳ ଆଖି ପାଇଁ
ଜହ୍ନ ବି କରେ ଇର୍ଷା
ମଧୁଝରା ହସରେ ତାର ସୁରୁଜ ଭି ନଇଁଯାଏଁ
ନାଚି ଉଠେ ସତେ ବର୍ଷା
ଲାଜେଇ ସେ ସତେ ଲାଜକୁଳି ଲତା
ଛୁଇଁ ଦେଲେ ଯାଇ ନଇଁ
ସତେ ଯେମିତି ସ୍ୱର୍ଗର ପରୀଟିଏ
ମୋ ହାତ ପାପୁଲିରେ ଆସିଛି ଓହ୍ଲେଇ ।।(୪)

Pramod Kumar Sethi
June 17, 2017 at 4:33 pm
Nice one