କବିତା

ଫଗୁଣ

Manorama Mishra's odia poem Phaguna

ଆଗଭଳି ପ୍ରେମିକାର ଚଞ୍ଚଳ ଚାହାଁଣୀ ନେଇ
ଧାଉଁ ନାହିଁ, ନାଲିରଙ୍ଗ ଓ ଓଢ଼ଣୀ ଉଡ଼େଇ
ଚାହୁଁନାହିଁ ଲାଜୁଆ ନୟନ ମେଲି
ସୁହାଦ ବଧୂଟି ଭଳି ସିନ୍ଥିରେ ତା’ ସିନ୍ଦୂର ସଜେଇ ।।
ଅବସନ୍ନ ଶରୀରରେ ତା’ର
ଏବେ ଖାଲି ଲାବଣ୍ୟର ଅବଶେଷ କିଛି ।।

ଫଗୁଣ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏବେ ଏବେ ଫଗୁଣ ବୁଲୁଛି ଖାଲି
ଲମ୍ୱା ଲମ୍ୱା କବିତାର ଶବ୍ଦଙ୍କ ଭିତରେ,
କବି ମେଳେ କବିତା ଆସରେ ।।
କ୍ଳାନ୍ତ ପଥିକଟି ପରି ଥକା ମେଣ୍ଟାଉଛି
ସୁଗଠିତ ଉଦ୍ୟାନ କି
ସଦୃଶ୍ୟ ପ୍ରାସାଦ ସାମ୍ନା ରମ୍ୟ ବଗିଚାରେ ।।

ଆଗଭଳି ପ୍ରେମିକାର ଚଞ୍ଚଳ ଚାହାଁଣୀ ନେଇ
ଧାଉଁ ନାହିଁ, ନାଲିରଙ୍ଗ ଓ ଓଢ଼ଣୀ ଉଡ଼େଇ
ଚାହୁଁନାହିଁ ଲାଜୁଆ ନୟନ ମେଲି
ସୁହାଦ ବଧୂଟି ଭଳି ସିନ୍ଥିରେ ତା’ ସିନ୍ଦୂର ସଜେଇ ।।
ଅବସନ୍ନ ଶରୀରରେ ତା’ର
ଏବେ ଖାଲି ଲାବଣ୍ୟର ଅବଶେଷ କିଛି ।।

ପଳାଶ ଗାଢ଼ ଲାଲିମାରେ
କୃଷ୍ଣଚୂଡ଼ା ରଙ୍ଗ ରୋଷଣୀରେ
ରକ୍ତହୀନ ରୋଗୀଟିଏ ଭଳି
ଫିକା ଫିକା ଲାଗୁଛି ସେ ଭାରି ।।
ପାଣ୍ଡୁର ନୟନେ ତା’ର ଉଦାସ ଚାହାଁଣୀ
ଫଗୁଣ କି ବୟସ୍କ ହେଲାଣି ।

ବୟସର ହାଜିରା ଖାତାରେ
ବାରମ୍ୱାର ଦସ୍ତଖତ ଦେଇ ଦେଇ
ସିଏ କ’ଣ ଥକି ପଡ଼ିଲାଣି ।
ରୂପରଙ୍ଗ ଆବେଗ ଉଲ୍ଲାସ ଯାହା ଥିଲା
ସବୁ କି ସେ ଧୀରେ ଧୀରେ ହଜେଇ ଦେଲାଣି ।
ଅଥବା ଯନ୍ତ୍ରବତ୍ ଜୀଉଁଥିବା ସହରୀ ଜୀବନର କି
ଇଏ ଏକ ଅହେତୁକ ଦୃଷ୍ଟିଭଙ୍ଗୀ
ଅନ୍ତରଙ୍ଗ ଫଗୁଣ ପାଇଁ କି ???

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top