ନୀଳ ଜଳରାଶିର ନିଶବ୍ଦ ସାଗର
ତରଙ୍ଗର ତରଙ୍ଗିଣୀ ଉଲ୍ଲାସ କାକର ।
ମନର ମାନସୀ ସେ ବିଭୋର ମହ୍ଲାର
ଛୁଟି ଆସେ ଯେହ୍ନେ ପତଙ୍ଗ ଅଗ୍ନିର ।
ଦୂରେ ଗଲେ ଖୋଜେ ମୃଗ ତୃଷ୍ଣା ପରି
କସ୍ତୁରୀ ମୃଗ ମୁହିଁ ଖୋଜେ କି କସ୍ତୁରୀ ।
ପୁଷ୍କରିଣୀ ଜଳେ ଚାନ୍ଦ ଝଲସଇ
ହୃଦ ପ୍ରାଙ୍ଗଣେ ତା’ର ପ୍ରତିବିମ୍ବ ଦିଶୁଥାଇ ।
ବାର ବାର ଦୁନିଆ ରୀତି ନୀତି
ଭ୍ରମରକୁ ଦିଅ ପାଶ କରି ପ୍ରତୀକ୍ଷାର ଇତି ।
କ୍ଷଣ କ୍ଷଣ ପ୍ରତିକ୍ଷଣ ପ୍ରତ୍ୟୁଷ ରୁ ନିଶି
ଧୂଳି କଣା ଯାଏ ଯେହ୍ନେ ଗଗନ ରେ ମିଶି ।
ସାତ ରଙ୍ଗ ଇନ୍ଦ୍ରଧନୁ କି ସୁନ୍ଦର ଏ ଗଗନେ
ମୋର ହୃଦ ବିନ୍ଦୁ ରଙ୍ଗେ ତୁମରି ବେରଙ୍ଗେ ।