କବିତା

ପ୍ରତୀକ୍ଷା

Binay Mohapatra's odia poem Pratikhyaa

କଦବା କେମିତି ପ୍ରତୀକ୍ଷିତ ମୁହୁର୍ତ୍ତଟି
ବାଟବଣା ହୋଇଯାଏ,
କେବେ ପ୍ରତୀକ୍ଷା କ୍ଷଣକରେ ସରିଯାଏ,
କେବେ ଅବା ଏତେ ଲମ୍ବା ହୁଏ,
ଗୋଟିଏ ଜୀବନ ବି କମ୍ ପଡିଯାଏ ।

ପ୍ରତୀକ୍ଷା

ପ୍ରତୀକ୍ଷା;
ଜୀବନଟା ପ୍ରତୀକ୍ଷାର ସମାହାର ମାତ୍ର,
ଅନ୍ତହୀନ ଅନନ୍ତ, ପ୍ରତୀକ୍ଷା ଅନେକ,
ପ୍ରତି ମୂହୁର୍ତ୍ତରେ ଆସନ୍ତା ମୂହୁର୍ତ୍ତ ର ପ୍ରତୀକ୍ଷା,
କିଛି ଶୁଭ କିଛି ଅଶୁଭ ମୁହୁର୍ତ୍ତ,
କେବେ ଲୁହ ନେଇ ଆସେ
କେବେ ଆନନ୍ଦର ଲୁହ ଦେଇଯାଏ ।

କଦବା କେମିତି ପ୍ରତୀକ୍ଷିତ ମୁହୁର୍ତ୍ତଟି
ବାଟବଣା ହୋଇଯାଏ,
କେବେ ପ୍ରତୀକ୍ଷା କ୍ଷଣକରେ ସରିଯାଏ,
କେବେ ଅବା ଏତେ ଲମ୍ବା ହୁଏ,
ଗୋଟିଏ ଜୀବନ ବି କମ୍ ପଡିଯାଏ ।

ସୁଖର ପ୍ରତୀକ୍ଷା ସବୁବେଳ ରହିଥାଏ
କିନ୍ତୁ ଜଣା ପଡେନି,
କେବେ ନିରାଶା ଓ ଦୁଃଖ ଆସିଯାଏ,
ପ୍ରେମର ପ୍ରତୀକ୍ଷା, କେବେ ଉପେକ୍ଷା ତ
କେବେ ବିରହର ଜନ୍ତ୍ରଣା ଦେଇ ଯାଏ ।
କେଜାଣି କାହିଁକି ଅନପ୍ରତୀକ୍ଷିତ ମୂହୁର୍ତ୍ତ ମାନେ
ଏଇମିତି କେମିତି ଜୀବନରେ ଆସିଯାନ୍ତି ।

ଜୀବନରେ ସତ୍ୟ,ସବୁବେଳେ ଅଚାନକ
ବିନା ପ୍ରତୀକ୍ଷାରେ ଆସେ,
କେବେ ଜୀବନ ର ଅନ୍ୟ ଏକ
ଉଲଗ୍ନ ଏ ସତ୍ୟର ପ୍ରତୀକ୍ଷା,
ଜାଣିଶୁଣି ଭୁଲି ଯିବାକୁ ମନ ହୁଏ ।

ଜନ୍ମ ନେବାର ପ୍ରଥମ ମୂହୁର୍ତ୍ତରୁ,
ଏକ ଚିରନ୍ତନ ଅଜଣା, ଅସ୍ୱୀକାର୍ଯ୍ୟ, ପ୍ରତୀକ୍ଷା,
ମୃତ୍ୟୁର ପ୍ରତୀକ୍ଷା,
ହେଲେ କେବେ ମନ ହୁଏନା
ମାନି ନେବାକୁ,
ମୃତ୍ୟୁକୁ ଆମେ ଅପେକ୍ଷା କରୁଛୁ,
କିନ୍ତୁ ଏ ପ୍ରତୀକ୍ଷା ସଭିଁଙ୍କୁ ରହିଛି,
ଏ ମୁହୁର୍ତ୍ତ ନିଶ୍ଚୟ ଆସିବ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top