କବିତା

ପ୍ରୀତିପର୍ଣ୍ଣା

Kalpana Mallick's Odia Poem PRITEEPARNAA

ତମେଇ ତ ଇପ୍ସିତ ମଣିଷ ମୋର
ହୃଦୟର
ଭଲ ପାଇବାର
କବିତାର
ଜୀବନର
ଆଉ ମୋର
ଅନ୍ତିମ ଦିନର ।

ପ୍ରୀତିପର୍ଣ୍ଣା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅଜସ୍ର ଭଲ ପାଇବାର
ଭାଷା ସବୁ
ଏକାଠି ସଜାଡ଼ି ଦେଲି
ଶବ୍ଦରେ ଶବ୍ଦକୁ ଗୁନ୍ଥି
ମାଳାଟିଏ କଲି
ଚୁପ୍‌ଚାପ୍‌
ଏକଲା ବେଳରେ
ସଜାଇଲି
ତମ ପାଇଁ
ପ୍ରୀତିର ପାର୍ବଣ
ତମେ ଦେଖ ବା ନ ଦେଖ
ଛୁଅଁ ବା ନ ଛୁଅଁ
ବାରମ୍ୱାର ପାଇଛି ତୁମକୁ
ସ୍ୱପ୍ନର ପୃଥିବୀରେ
ଈଶ୍ୱରଟେ ପରି
ବର୍ଷା ଭିଜା ଅମାଅନ୍ଧକାରେ,
ଉଜ୍ଜ୍ୱଳ ନକ୍ଷତ୍ରଟେ ପରି
ଆଉ ମୋର କବିତାରେ
ଶବ୍ଦର ସମ୍ରାଟ ପରି ।

ତମେଇ ତ ଓଜଃସ୍ୱିନୀ
କରିଅଛ ମୋତେ
ଏ ଜନ୍ମରେ
ପୂଣ୍ୟ ଭରିଦେଇ
ପ୍ରୀତିପର୍ଣ୍ଣା
ସଜାଇଛ
ଫଗୁଣରେ ରଙ୍ଗ ମାଖି ଦେଇ ।

ତମେଇ ତ ଇପ୍ସିତ ମଣିଷ ମୋର
ହୃଦୟର
ଭଲ ପାଇବାର
କବିତାର
ଜୀବନର
ଆଉ ମୋର
ଅନ୍ତିମ ଦିନର ।

ସେ ପାଇଁ ତ
ତୁମକୁ ମୋ
କୋଟି ନମସ୍କାର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top