କବିତା

ସବୁ ଠିକ୍ ହୋଇଯିବ

Anasuya Panda's odia poem Sabu Thik Hoijiba

ହେଲେ ମୁଁ ତୁମକୁ ଭଲପାଏ,
ତୁମେ ନ ଚାହିଁଲେ ବି ଭଲପାଏ,
କାହାଠୁ କିଛି ଶୁଣି, ଜାଣି ନୁହେଁ,
ମୋ ଇଚ୍ଛା ଅନୁସାରେ,
ଅନ୍ଧପରି ଭଲପାଏ ।

ସବୁ ଠିକ୍ ହୋଇଯିବ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମେ କୌଣସି ଦିନ ମୋତେ ସ୍ୱପ୍ନ ଦେଖାଇ ନଥିଲ,
ପ୍ରତିଶ୍ରୁତି ଦେଇ ନଥିଲ ତାଜମହଲ ବୁଲାଇ ନେବ,
କେବେ ବି ଭରସା ଦେଇ ନଥିଲ,
ରୋଷଣୀ କରି ଆସି ମୋତେ ନେଇଯିବ,
ଏମିତିକି କେବେ ବି ଆଭାସ ଦେଇ ନଥିଲ,
ମୋତେ ଭଲପାଅ ବୋଲି !

ହେଲେ ମୁଁ ତୁମକୁ ଭଲପାଏ,
ତୁମେ ନ ଚାହିଁଲେ ବି ଭଲପାଏ,
କାହାଠୁ କିଛି ଶୁଣି, ଜାଣି ନୁହେଁ,
ମୋ ଇଚ୍ଛା ଅନୁସାରେ,
ଅନ୍ଧପରି ଭଲପାଏ ।

କିଛି ପାଇବା ଆଶାରେ ନୁହେଁ,
ଏପରି କି ତୁମ ଭଲ ପାଇବା ଆଶାରେ ବି ନୁହେଁ ।

ମୋ’ଠାରୁ ତୁମେ ବହୁତ ଦୂରରେ ଅଛ,
କେମିତି ଅଛ, କ’ଣ କରୁଛ, ସେ ସବୁର
ଠିକଣା ମୋ ପାଖରେ ନାହିଁ ।

ହେଲେ ତୁମେ ମୋ ପାଖରେ ଅଛ,
ସବୁବେଳେ ସବୁ ସମୟରେ ଅଛ,

ମୋ ନିଚ୍ଛକ ଭାବନାରେ,
ମୋ ଉଷୁମ ସମର୍ପଣରେ ହିଁ ରହିଛି ।

ସମୟ ବଦଳିପାରେ,
ସବୁକିଛି ବଦଳିପାରେ,
ହେଲେ ମୁଁ ଜାଣେ
ତୁମେ କେବେ ବି ବଦଳିବନି ।

କେବେ ବି ନୁହେଁ !
ତୁମେ ମୋର,
ମୁଁ ଭାବିଥିଲା ପରି ମୋର ।

ତୁମକୁ ଧରି ରଖିବାର ଭାବ
ମୋତେ ଜଣା ନଥିଲା,
ତୁମେ ହଜିଗଲ, ମୁଁ ଚାହିଁଲେ ବି
ପ୍ରତିରୋଧ କରିପାରିଲିନି ।

ହେଲେ ଏବେ ଆଉ ମୋର ଚିନ୍ତା ନାହିଁ,
ମୋତେ ଲାଗୁଛି ସବୁ ଠିକ୍ ହୋଇଯିବ ।

ତୁମେ ଆସିବ,
ବାଧା ବନ୍ଧନ ନ ମାନି,
ମାନ ଅଭିମାନର ପାଚେରୀ ଡେଇଁ,
ମୋର ସବୁ ଦୁର୍ବଳତାକୁ ଗ୍ରହଣ କରି,
ତୁମ ନିବିଡ଼ ବାହୁର ସାହାରାରେ ଜଡ଼ାଇ ନେବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top