ବୀର ଜବାନଙ୍କ ଜୀବନ ଯାଇଛି ସତ
ସବୁ ପରେ ବି ଆଜି ସେମାନେ ନୁହଁନ୍ତି ମୃତ।
ମାଟି ମା’ କାନ୍ଦେ ଆଜି ପ୍ରତିଟି ସହିଦ୍ ପାଇଁ
ମା’ର ହୃଦୟ ସତେ କେମିତି ପାରିବ ସହି।
ମା’ଟିଏ ଆଜି ମଥା ପିଟି ପିଟି କହୁଛି ,
ଭାଗ୍ୟ ଓ ସମୟ କିପରି ନିର୍ଦ୍ଦୟ ସାଜୁଛି।
ଗୋଟିଏ ଇଞ୍ଚ ବି ବାଧକ ସାଜଇ ,
ତୁମ ସେନାର ଚୟନ ପାଇଁ
ଆଜି ପୁଅଟିର ମୋର ଅଧା ଶରୀର କୁ
କେମିତି ନେବି ମୁଁ ବହି ।
ଭଉଣୀ ରୁଷିଛି ରାକ୍ଷୀର ପାଉଣା ପାଇଁ,
କେ ଅବା ଜାଣିଛି ଭାଇ ତାର ଆଉ ନାହିଁ ।
ଝିଅ ହରାଇଛି ବାପାକୁ , ବାପ ହରାଇଛି ପୁଅକୁ,
କେ ଅବା ରୋକିବ ଛାତି ଫଟା ଏଇ କୋହକୁ ।
ଶନ୍ତ୍ରାସବାଦକୁ ଆଧାର କରି ପାକିସ୍ଥାନ ଆଜି ଲଢୁଛି,
ଚାଳିଶି ବୀରଙ୍କୁ ଆଜି ଆମ ଦେଶ ଝୁରୁଛି ।
ଅସ୍ତ୍ରରେ ନୁହେଁ ,ଶସ୍ତ୍ରରେ ମାରିବୁ ଆମେ
ଚାଳିଶିର ମୂଲ୍ୟ ଚାରି ଲକ୍ଷେ ଦବ, ଦେଖିଯାଅ ଖାଲି ତୁମେ ।