କବିତା

ସେଇ ଅନନ୍ୟ ମୁହୂର୍ତ୍ତ

Kalpana Mallick's Odia Poem SEI ANANYA MUHURTTA

ମାଟିରୁ ଆକାଶ
ନିଶ୍ଚିନ୍ତ ପ୍ରତିଶ୍ରୁତିର
ସେଇ ଅନନ୍ୟ ମୁହୂର୍ତ୍ତ ପାଇଁ
ପ୍ରତୀକ୍ଷାର ସବୁ ଯନ୍ତ୍ରଣା ଭିତରେ

ସେଇ ଅନନ୍ୟ ମୁହୂର୍ତ୍ତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତମ ଉଦାର ଛାତିରେ
ନାଲିମାର ଛୁଆଁ ଦେବି ବୋଲି
କୃଷ୍ଣଚୂଡ଼ାର ପାଖୁଡ଼ାରେ
ସଜ ନାଲି ବାସ୍ନା
ଜୋତ୍ସ୍ନାଭିଜା ଜହ୍ନର ମୃଦ୍ୟୁ ଶିହରଣ
ବିଛାଡ଼ି ହୋଇଯାଏ
ମାଟିରୁ ଆକାଶ
ନିଶ୍ଚିନ୍ତ ପ୍ରତିଶ୍ରୁତିର
ସେଇ ଅନନ୍ୟ ମୁହୂର୍ତ୍ତ ପାଇଁ
ପ୍ରତୀକ୍ଷାର ସବୁ ଯନ୍ତ୍ରଣା ଭିତରେ
ଜୀବନକୁ ଭଲ ପାଇବାର ବୀଜ ମନ୍ତ୍ର,
ସବୁ ନା ହଁ ଭିତରେ
ଖାଲି ‘ହିଁ’ଟିଏ ଭରିଦେବାର ମୋହ
ପୁଣି ସବୁ ହଁ ଭିତରେ
ହାରିଯିବାର ଭୟ ! !

ସବୁ ଗହଳିରେ ଏକା ଏକା
ପୁଣି ଏକଲା ବେଳରେ
ଅନେକ ଉଦ୍‌ବେଳନ,
ବାରମ୍ୱାର ନିଜକୁ
ହଜାଇ ଦେବାର ତୀବ୍ର ଉଚ୍ଚାଟନ
ଶବ୍ଦ ସହ ଶବ୍ଦ ଯୋଡ଼ି
କ୍ଲିଷ୍ଟ କବିତା ଲେଖାର
ଦୀର୍ଘ ଟାଣ ପଣ
ସବୁଗୁଡ଼ା ସୁନ୍ଦର, ସୁମଧୁର
ଠିକ୍ ତମ ପାଇଁ
ବାରମ୍ୱାର ବିଧୁରିତ ହେବାର
ବିମୋହିତ ହେବାର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top