କବିତା

ଶାମୁକାର ବେଦନା

Bindass Gopal's odia poem Shamukaara Bedanaa

କେତେ ଯତନରେ ସାଇତି ଥିଲି ମୁଁ
ଗୋଟିଏ ବୋଲି ମୁକୁତା
କେଜାଣି କେଉଁଠି ଝରି ଗଲା ପୁଣି
ବୁଝିଲାନି ମନ ବ୍ୟଥା
ସମୟ ଢେଉ ଯେ ପ୍ରତାରଣା କଲା
ମନ କଥା ବୁଝିଲାନି ।।

ଶାମୁକାର ବେଦନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସାଗର ବେଳାର ଶାମୁକା ଟିଏ ମୁଁ
ଅତୀତ ଭୁଲି ପାରୁନି
ଏ ବାଲୁକା ପରେ ସ୍ମୃତିର ମନ୍ଦିରେ।
ନିଜକୁ ଖୋଜି ପାରୁନି ।।।

କେତେ ଯତନରେ ସାଇତି ଥିଲି ମୁଁ
ଗୋଟିଏ ବୋଲି ମୁକୁତା
କେଜାଣି କେଉଁଠି ଝରି ଗଲା ପୁଣି
ବୁଝିଲାନି ମନ ବ୍ୟଥା
ସମୟ ଢେଉ ଯେ ପ୍ରତାରଣା କଲା
ମନ କଥା ବୁଝିଲାନି ।।

ଏ ବାଲୁକା ପରେ ସ୍ମୃତିର ମନ୍ଦିରେ
ନିଜକୁ ଖୋଜି ପାରୁନି(ଘୋଷା)
ମୁକୁତା ବିନା ମୁଁ ଦୁନିଆରେ ଖାଲି
ଅପବାଦ ମୁଁ ଲଭିଛି
ଜାଣି ମୁଁ ପାରୁନି କେଜାଣି କେଉଁଠି
କେମିତି ଭୁଲ କରିଛି
ଜାଣିଛି ଦୁନିଆ ମୁକୁତା ବିହୁନେ
ଶାମୁକା ବଞ୍ଚି ପାରେନି ।।

ଏ ବାଲୁକା ତିରେ ସ୍ମୃତିର ମନ୍ଦିରେ
ନିଜକୁ ଖୋଜି ପାରୁନି
ନିଜକୁ ଖୋଜି ପାରୁନି।।।।।।

9 Comments

9 Comments

  1. ମୋନାଲିସା ଦାଶ

    Monalisa Dash

    July 30, 2017 at 6:12 pm

    beautiful

  2. Bhatta Hansdah

    July 14, 2017 at 12:58 pm

    Wooh.. what a nice poem…

  3. Saroj mahapatra

    July 13, 2017 at 3:06 pm

    So nice….

  4. Ramakanta

    July 13, 2017 at 10:05 am

    congratulation gopal Bhai.

  5. Niraj rana

    July 13, 2017 at 9:51 am

    Nice

  6. Ashok kumar

    July 13, 2017 at 8:34 am

    Nice

  7. bishakha

    July 13, 2017 at 6:51 am

    Nice thought

  8. Rashmi Ranjan Behera

    July 12, 2017 at 11:35 pm

    khub sunder
    upasthapana jogopa jogi

  9. Rudra

    July 12, 2017 at 8:27 pm

    Very nyc

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top