ସାଗର ବେଳାର ଶାମୁକା ଟିଏ ମୁଁ
ଅତୀତ ଭୁଲି ପାରୁନି
ଏ ବାଲୁକା ପରେ ସ୍ମୃତିର ମନ୍ଦିରେ।
ନିଜକୁ ଖୋଜି ପାରୁନି ।।।
କେତେ ଯତନରେ ସାଇତି ଥିଲି ମୁଁ
ଗୋଟିଏ ବୋଲି ମୁକୁତା
କେଜାଣି କେଉଁଠି ଝରି ଗଲା ପୁଣି
ବୁଝିଲାନି ମନ ବ୍ୟଥା
ସମୟ ଢେଉ ଯେ ପ୍ରତାରଣା କଲା
ମନ କଥା ବୁଝିଲାନି ।।
ଏ ବାଲୁକା ପରେ ସ୍ମୃତିର ମନ୍ଦିରେ
ନିଜକୁ ଖୋଜି ପାରୁନି(ଘୋଷା)
ମୁକୁତା ବିନା ମୁଁ ଦୁନିଆରେ ଖାଲି
ଅପବାଦ ମୁଁ ଲଭିଛି
ଜାଣି ମୁଁ ପାରୁନି କେଜାଣି କେଉଁଠି
କେମିତି ଭୁଲ କରିଛି
ଜାଣିଛି ଦୁନିଆ ମୁକୁତା ବିହୁନେ
ଶାମୁକା ବଞ୍ଚି ପାରେନି ।।
ଏ ବାଲୁକା ତିରେ ସ୍ମୃତିର ମନ୍ଦିରେ
ନିଜକୁ ଖୋଜି ପାରୁନି
ନିଜକୁ ଖୋଜି ପାରୁନି।।।।।।