କବିତା

ଶ୍ରାବଣୀ

Binay Mohapatra's odia poem Shrabani

ଚାହିଁଛି ତା ପଥ, କଥା ଦେଇ ଥିଲା,
ଆସିବ ନିଦାଘ ଶେଷେ,
କଳା ବାଦଲର ଶାଢିରେ ଶଜାଇ
ଲାଜୁକି ପ୍ରିୟା ମୋ,
ନହୁଲି ବଧୁର ବେଶେ ।

ଶ୍ରାବଣୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଶ୍ୟାମଳି ଝିଅ ଟେ ପ୍ରିୟତମା ମୋର
ଶ୍ରାବଣୀ ତାହାର ନାଆଁ,
ନଇ ଆର ପାରି ପାହାଡ ସେପାଖେ,
ଘରଟି ତାହାର ଦିଶେ ନାହିଁ ତାର ଗାଆଁ,
ନିଦାଘ ର ଏଇ ଦିନ ଦି ପହରେ,
ମନେ ପଡେ ତାର କଥା,
କେଡେ ସୁକୁମାରୀ କେତେ ଯେ ସୁନ୍ଦରୀ,
ଭବିଲେ ତା କଥା,
ହୃଦୟେ ବିରହ ବ୍ୟଥା ।

ଚାହିଁଛି ତା ପଥ, କଥା ଦେଇ ଥିଲା,
ଆସିବ ନିଦାଘ ଶେଷେ,
କଳା ବାଦଲର ଶାଢିରେ ଶଜାଇ
ଲାଜୁକି ପ୍ରିୟା ମୋ,
ନହୁଲି ବଧୁର ବେଶେ ।

ଆସି ଗଲେ ପ୍ରିୟା ଶିତଳାଇ ଦେବ
ଦଗ୍ଧ ମନ ମୋର ବିଦଗ୍ଧ ଏ ଉପବନ,
ମଉସୂମୀ ବାଆ ମହକାଇ ଦେବ,
ଭିଜା ମାଟି ଗନ୍ଧେ ପ୍ରିୟାର ମହକ,
ପହିଲି ପରଶେ ଶିତଳାଇ ଦେବ
ବିରହ ଉତ୍ତାପ ହରଷାଇ ଦେବ ମନ ।

ଛମ୍ ଛମ୍ ତାର ପାଦର ନୁପୂର
ରିମ୍ ଝିମ୍ ସୁରେ,
ବରଷାର ବୁନ୍ଦା ସଙ୍ଗେ,
ଶିରି ଶିରି କରି ଛୁଇ ଦେଇ ଯିବ,
ଥିରି ଥିରି କରି ଚହଲାଇ ଦେବ,
ନିସଙ୍ଗ ଜୀବନେ,
କେତେ ଯେ ପ୍ରିତିର ରଙ୍ଗେ ।

ଶ୍ରାବଣୀ ଆସିଲେ ଫୁଲ ଫୁଟି ଯିବ,
ରଙ୍ଗେ ଭରି ଯିବ,
ବେରଙ୍ଗ ଧରିତ୍ରୀ ରାଣି,
ହସ ଭରି ଯିବ ନୀରସ ବନରେ,
ମନ ଉପବନ ଚହକି ଉଠିବ,
ନଦୀ ନାଳ ସବୁ,
ଦେଖାଇବେ ନୁଆ ଠାଣି ।

ସବୁଜ ରଙ୍ଗର ଲେପ ଲାଗି ଯିବ,
ଶ୍ରାବଣୀ ପରଶେ ରସ ଭରି ଯିବ,
ସରସ ସୁନ୍ଦର
ହୋଇଯିବ ପ୍ରାଣୀ ମନ,
ଶ୍ରବଣୀର ପ୍ରେମ ପ୍ରିତି ମଧୁ ଦାନ,
ସଂଚରି ଯିବ ନୂତନ ଜୀବନ,
ଦଗ୍ଧ ଧରାରେ
ବୁଣି ଦେଇ ଯିବ,
ନବ ଯୌବନ ।

1 Comment

1 Comment

  1. ଅନସୂୟା ଜେନା

    Anusuya Jena

    August 21, 2017 at 9:36 am

    Extremely beautiful narration of Srabani…the eternal natural beauty

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top