ଆବାଳ ବୃଦ୍ଧ ବନିତା
ମୋବାଇଲ୍ ତାଙ୍କ ବିଧାତା
କାମ ଦାମ ସବୁ ଭୁଲି,
ଫୋଅନରେ ଭାରି ତତ୍ପରତା ।
ସମୟ ଅମୂଲ ଧନ
ବିତିଯାଏ ଘନ ଘନ
ଆଖି ଲୁହ ତୋର କେହି ପୋଛିବେନି,
ଆଗୁ ହୁଅ ସାବଧାନ ।
ଆଖିକୁ ନାହିଁ ନିଦ
ହଲୁ ନାହିଁ ଗୋଡ଼ ହାତ
ରୋଗପୀଡ଼ାକୁ ଡାକରା ଦେଏନା,
ବଢ଼ାନି ଆଉ ତ ମେଦ ।
ଫୋଅନ ଚିପାରେ ବିଜି
ସପନ ରାଇଜେ ହଜି
କାହାସାଥେ ପଦେ କଥା ହେଉନାହୁଁ,
ଜୀଅନ୍ତା ଯନ୍ତ୍ର ସାଜି ।
ନ ଥାଉ ଦାନାକନା
ଫୋଅନ କିଣୁ ଘନା ଘନା
ମୋବାଇଲ୍ ନିଶା ଘାରି ଯାଉଅଛି,
ପକେଟ୍କୁ ଥରେ ଅନା ।
ସବୁଥିରେ ଅଛି ସୀମା
ଟପିବୁନି ତାକୁ ଜମା
ଉପଯୋଗିତାର ଫାଇଦା ନେଇ ନେ,
ଭାଗ୍ୟକୁ ନ ଦେଇ ଜିମା ।
