ସୁନାର ସଂସାର ଗଢିବା ଯେ ଆମେ
ଦୁଇ ମନ ଏକ କରି
ଖରା,ଛାଇ ରାସ୍ତା କରିବାରେ ଏକ
ସୁଖ,ଦୁଃଖ କୁ ଆଦରି….!!
ଜୀବନର ମାନେ ଅବ୍ୟକ୍ତ ଜଞ୍ଜାଳ
ଯନ୍ତ୍ରଣା ରହିବ ଘେରି
ସେ ଯନ୍ତ୍ରଣାରୁ ଆମେ ସୁଖ ସାଉଁଟିବା
ସାଉଁଟା ମୁକୁତା ପରି…..!!
କେତେ ବାଧା ବିଘ୍ନ ଆସିବ ଜୀବନେ
ହୋଇବନି ନିରୁପାୟ
ସବୁ ସମସ୍ୟା ର ସମାଧାନ ତମେ
ଉପାୟ ଦବ ସମୟ…..!!
ସମ୍ପର୍କ ସୁଦୃଢ ରହିବ ଆମର
ଜାଗି ରହିବ ବିଶ୍ୱାସ
ଦୁହେଁ ଦୁହିଁଙ୍କର ହାତ ଛାଡିବନି
ଥିବା ଯାଏ ଶେଷ ଶ୍ୱାସ….!!