କବିତା

ସ୍ୱର୍ଗଦ୍ୱାରେ ଜଳେ ଜୀବନ ଜୁଇ

Surendra Kumar Behera's odia poem Swargadware Jale Jeebana Jui

ଯୌନପିଶାଚଙ୍କ ଅନିର୍ବାପିତ
କାମନାର ନିଆଁରେ ସ୍ୱର୍ଗଦ୍ୱାରେ
ହୁତୁ ହୁତୁ ହୋଇ ଜଳିଗଲା
ସୁଜାତାର ଜୀବନ ଜୁଇ ।
ନାରୀ ସୁରକ୍ଷା ଆଉ ସଶକ୍ତିକରଣର
ଡେଙ୍ଗୁରା ପିଟୁଥିବା,
ଏଇ ଆମ ସର୍କାର……
ରାତାରାତି ଘୋଷଣା କରିଦେଲେ
ଦଶଲକ୍ଷ ଟଙ୍କାର
ଅନୁକମ୍ପା ରାଶି ।

ସ୍ୱର୍ଗଦ୍ୱାରେ ଜଳେ ଜୀବନ ଜୁଇ

ସ୍ୱପ୍ନର ପାଖୁଡ଼ା ମେଲି
ଆଗାମୀ ସକାଳର
ସ୍ୱର୍ଣ୍ଣାଭ କିରଣ ଦେଖିବା
ପୂର୍ବରୁ,
ଜୀବନ ଯୁଦ୍ଧରେ ଯୁଝିଯୁଝି
ବିଚାରୀ ହାରିଗଲା;
ନିରୀହା ନାବାଳିକା ସୁଜାତା ବୈରାଗୀ !

ଧସିଗଲା ରାଜଧାନୀର
ପାଦତଳର ମାଟି,
ଭୂକମ୍ପନ ପରି ପ୍ରକମ୍ପିତ ହେଲା
ରାଜ୍ୟ ଆଉ ରାଜରାସ୍ତାର
କଂକ୍ରିଟ୍ ଛାତି;
ହୋହଲ୍ଲା, ହଟ୍ଟଗୋଳ, ଭଙ୍ଗାରୁଜା
ଜଳାପୋଡ଼ାରେ
ବଢ଼ିଗଲା,
ରାଜନୀତି ପାଣିପାଗର ତାଜା ସ୍ଥିତି ।

ଯୌନପିଶାଚଙ୍କ ଅନିର୍ବାପିତ
କାମନାର ନିଆଁରେ ସ୍ୱର୍ଗଦ୍ୱାରେ
ହୁତୁ ହୁତୁ ହୋଇ ଜଳିଗଲା
ସୁଜାତାର ଜୀବନ ଜୁଇ ।
ନାରୀ ସୁରକ୍ଷା ଆଉ ସଶକ୍ତିକରଣର
ଡେଙ୍ଗୁରା ପିଟୁଥିବା,
ଏଇ ଆମ ସର୍କାର……
ରାତାରାତି ଘୋଷଣା କରିଦେଲେ
ଦଶଲକ୍ଷ ଟଙ୍କାର
ଅନୁକମ୍ପା ରାଶି ।

ସ୍ୱର୍ଗଦ୍ୱାରେ, ନିର୍ବାପିତ ହୋଇଗଲା
ସିନା, ସୁଜାତାର ଜୀବନ ଜୁଇର ଚିତା
କିନ୍ତୁ…ଲିଭି ନାହିଁ କି ଲିଭିବ ନାହିଁ
କେବେ ପଲ୍ଲୀରୁ ପିପିଲି ଅବା
ଦିଲ୍ଲୀ ଯାଏ ଅହରହ ଜଳୁଥିବା
ନାରୀଧର୍ଷଣର ଲେଲିହାନ ଅଗ୍ନିଶିଖା ! !

(ଗଣଦୁଷ୍କର୍ମ ଆଉ ହତ୍ୟାର ଶିକାର ହୋଇଥବା କେନ୍ଦ୍ରପଡ଼ା ଜିଲ୍ଲା ମହାକଳପଡ଼ାର ସୁଜାତା ବୈରାଗୀଙ୍କ ଦୁଃସହ ସ୍ମୃତିରେ)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top