ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ସେ କଥା କଥାକେ ରାଗେ
ଖୁବ ଅଭିମାନିନୀ
ତେଣୁ ପରା ତାକୁ ମୁଁ ନିସ୍ତୁକ ଭଲପାଏ,
ସେ ସଂଦେହର ଗୋଟେ ବିରାଟ ଧାନଗଦା
ପୁଣି ପ୍ରେମର ଭାରତ ମହାସାଗର
ସିଏ ନା ମୋ ମନରେ ଗୋଟେ
କୋଟିଏରେ ଗୋଟିଏ ।
ତାକୁ ମୁଁ କାଇଁ ପାଗେଳୀ ଡାକେ ?
ସମସ୍ତଙ୍କ ପ୍ରଶ୍ନ
ଆଉ ମୁଁ କହେ-
କାହିଁକି ନା ମୋର ସବୁତକ ଆସନ୍ତା କାଲି
ତା ପାଖେ ଅଟକେ ।
