ଆଗକୁ ବଳି ପାରୁ ନ ଥାଏ
ଭିଜା ପବନର ଶରୀର
ଓଦା ମାଟିର ମହ ମହ ବାସ୍ନା
ସ୍ଵସ୍ତିର ସମାହାର
ତମେ ଗଲା ପରେ ।
ବଳକା ବିନ୍ଦୁ ବିନ୍ଦୁ ପାଣି
ଲୁହହୋଇ ଝରୁଥାଏ
ଡାଳପତ୍ର ଆଖିରୁ
ସ୍ମୃତିରେ ସ୍ମୃତିରେ
ତମେ ଗଲା ପରେ ।
ଚାତକ ଶୋଷରେ ଲଗାମ ନ ଥାଏ
ଜମାଟ ବାନ୍ଧୁଥାଏ ମେଘମାଳ
ବିଜୁଳିର ଛନ୍ଦହୀନ ଚମକ
ଛୋଟ ହେଉ ଥାଏ ରାତି ନିଦ ନିଶାରେ
ତମେ ଗଲା ପରେ ।
