ତୁମେ କହିଥିଲ ଅପେକ୍ଷା କରିବ
ନାଟକ ସରିବା ପାଇଁ
ନାଟକ ସରିଲା ଜହ୍ନ ଲିଭିଗଲା
ତୁମେ ତ ଫେରିଲ ନାହିଁ ।
ସାରା ସହରଟା ଖୋଜିଲି ତୁମକୁ
ଅନ୍ଧାର କୁ ଚୁମି ଚୁମି
ନିଶା ଟଳମଳ ଜନ ଗହଳିରେ ଯାଉଥିଲି ଝୁମି ଝୁମି
ତୁମେ ହଜିଗଲ କେଉଁ ଗଳିରେ ତ
ଖୋଜିତ ପାଇଲି ନାହିଁ ।।
ଝିପି ଝିପି ବର୍ଷା ଶୀତୁଆ ପବନ
ଗାଉଥିଲା ପ୍ରେମ ଗୀତି
ତୁମେ ଚିରିଦେଲ ହୃଦୟକୁ ମୋର
ପ୍ରୀତିର କରିଲି ଇତି
ଏତେ କପଟରେ ଭଲ ପାଉଥିଲ
ଜାଣିତ ପାରିଲି ନାହିଁ ।।
